ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ରଥଯାତ୍ରାରେ ପାର୍କିଂ ବ୍ୟବସ୍ଥା ହୋଇ ନଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଚଳିତ ବର୍ଷ ରଥଯାତ୍ରାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ପାର୍କିଂ ବ୍ୟବସ୍ଥା ହୋଇ ପାରିଲା ନାହିଁ , ଯାହା ଫଳରେ ରଥଯାତ୍ରାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି । ରଥଯାତ୍ରା ପୂର୍ବରୁ ଆସ୍ଥାୟୀ ପାର୍କିଂ ବ୍ୟବସ୍ଥା ହୋଇଥିଲେ ସହର ବାହାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ନଥାନ୍ତା । ସହର କୁ ଯାତ୍ରା ସକାଶେ ବହୁ ଗାଡ଼ି ମଟର ଆସିବା ଯୋଗୁଁ ସହରର ବିଭିନ୍ନ ଜାଗାରେ ପାର୍କିଂ ହେଉଛି । ଯାହାଫଳରେ ଟ୍ରାଫିକ ସମସ୍ୟା ଉପୁଜିଛି । ପ୍ରତି ବର୍ଷ ଅସ୍ଥାୟୀ ପାର୍କିଂ ହେଉଥିଲା , ହେଲେ ଚଳିତ ବର୍ଷ ଏହା ଉପରେ ଗୁରୁତ୍ବ ଦିଆ ଯାଇନାହିଁ । ଯାହା ଫଳରେ ଟ୍ରାଫିକ ସମସ୍ୟା ହେଉଛି ବୋଲି ଅଭିଯୋଗ ହେଉଛି ।
ପାର୍କିଂ ବ୍ୟବସ୍ଥା ହୋଇ ନଥିବାରୁ ରଥଯାତ୍ରାରେ ଟ୍ରାଫିକ ସମସ୍ୟା !!!

