ଦିଲ୍ଲୀ ଘଟଣା ନେଇ ଦାଢ଼ାରେ ପ୍ରତିବାଦ ସଭା !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ବାରଙ୍ଗ ବ୍ଳକର ଦାଢାପାଟଣା ଠାରେ ଏଆଇଡିଏସଓ, ଏଆଇଡିୱାଇଓ ଏବଂ ଏଆଇଏମ୍ଏମ୍ଏସ ତରଫରୁ ଦିଲ୍ଲୀର ଜନ୍ତର ମନ୍ତ୍ରରେ ଠାରେ ଚାଲିଥିବା ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବର୍ବରତା ଭାବରେ ଲାଠିଚାର୍ଜ ବିରୁଦ୍ଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା |ଏଥିରେ ଗତ ବାଙ୍କୀ ବିଧାନସଭାର ବିଧାୟିକା ପ୍ରାର୍ଥୀ ତଥା ନାରୀନେତ୍ରୀ ମାଳବିକା ସାମଲ ଅତିଥି ଭାବେ ଯୋଗ ଦେଇ କର୍ମୀ ମାନଙ୍କୁ ଏହି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରର ଅନ୍ୟାୟ ଅତ୍ୟାଚାର ଉପରେ ଦୃଢ ସ୍ଵର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ AIDSO ର ସଙ୍ଗଠକ ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ, ପୁଷ୍ପାଞ୍ଜଳି ମହାରଣା, AIDYO ର ଅଭିରାମ ବେହେରା, ଅନାର୍ଯ୍ୟାମୀ ବେହେରା, AIMSS ର ପ୍ରତିମା ମହାରଣା, ଶ୍ରଦ୍ଧାଞ୍ଜଳି ପାତ୍ର, କୁନି ଓଝା ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ | ସ୍ଥାନୀୟ ଅଂଚଳର ବହୁ ପୁରୁଷ ମହିଳା ସ୍ବେଛାସେବୀ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *