ନିଆରା ଢଙ୍ଗରେ ଜନ୍ମଦିନ ପାଳିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ସ୍ତମ୍ଭ ଲେଖକ ରବିନାରାୟଣ ପଟ୍ଟନାୟକଙ୍କ ମା ବାସନ୍ତୀ ପଟ୍ଟନାୟକଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ସ୍ବପ୍ନ ମନ୍ଦିର ଜରାଶ୍ରମ ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି ଜନ୍ମଦିନ । ଜରାଶ୍ରମ ରେ ଉପସ୍ଥିତ ବୃଦ୍ଧ ପିତା ମାତା ଙ୍କ ଗ୍ରହଣ ରେ କେକ କାଟି ପାଳନ କରିଥିଲେ ଜନ୍ମଦିନ ।ଅନୁଷ୍ଠାନ ର ପ୍ରତିଷ୍ଠାତା ପ୍ରିତମ ମିଶ୍ର ଉପସ୍ଥିତ ଥିବା ସମୟରେ ଏହି ଅବସରରେ ଖାଦ୍ୟ ବଣ୍ଟନ କରାଯାଇଥିଲା । ସେହିପରି ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଛି । ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପ୍ରତିଷ୍ଠାତା ସରୋଜ କୁମାର ସାହୁ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଭିନ୍ନ ମହଲ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ନିଜ ମା ଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସ୍ତମ୍ଭ ଲେଖକ ରବିନାରାୟଣ ପଟ୍ଟନାୟକ । ଏହି ପରି ନିଆରା ଢଙ୍ଗରେ ପାଳନକୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପ୍ରଶଂସା କରିଛନ୍ତି ! ।

Leave a Reply

Your email address will not be published. Required fields are marked *