ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଅଦାଲତରେ ଆତ୍ମ ସମର୍ପଣ କଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଅଦାଲତରେ ଆତ୍ମ ସମର୍ପଣ କଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ! ଜାମିନ ଆବେଦନ ଖାରଜ ପରେ ଜେଲ ଗଲେ ତତ୍କାଳୀନ ଡିଏଫଓ ! ବହୁଚର୍ଚ୍ଚିତ ଏସି ଏସି ଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଅଭିଯୁକ୍ତ ତଥା ତତ୍କାଳୀନ ଗଜପତି ଜିଲ୍ଲାର ଡିଏଫ୍ ଓ ସଂଗ୍ରାମକେଶରୀ ବେହେରା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ ଅଦାଲତରେ ଆତ୍ମ ସମର୍ପଣ କରିଛନ୍ତି । ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପ‌ଠାଇ ଦିଆଯାଇଛି । ଆତ୍ମ ସମର୍ପଣ କରିବା ପରେ ପ୍ରଥମେ ଏସଡିଜେ ଏମ୍ କୋର୍ଟରେ ଜାମିନ ନିମନ୍ତେ ଆବେଦନ କରିଥିଲେ । ମାଜିଷ୍ଟ୍ରେଟ୍ ଗାୟତ୍ରୀ ମିଶ୍ର ଆବେଦନକୁ ଖାରଜ କରିଥିଲେ , ପରେ ସେ ଜିଲ୍ଲା ଓ ଦୌରାଜଜ୍ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଦାଲତରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ସେଠାରେ ମଧ୍ୟ ଜାମିନ ମିଳିନଥିଲା । ଫଳରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି ।

Leave a Reply

Your email address will not be published. Required fields are marked *