ନରଗାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ” ମା’ ପାଇଁ ଗଛଟିଏ ” କାର୍ଯ୍ୟକ୍ରମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ମୁତାବକ ସାରା ଓଡ଼ିଶାରେ ସମସ୍ତ ପ୍ରକାର ସରକାରୀ ବିଦ୍ୟାଳୟରେ ଗତକାଲି ପିତାମାତା, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଭ୍ୟସଭ୍ଯା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ନରଗାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ସଭ୍ୟ ରତ୍ନାକର ସାମଲଙ୍କ ସଭାପତିତ୍ୱ ଓ ପ୍ରଧାନଶିକ୍ଷକ ସୁଧାକର ନାଏକଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ବିଦ୍ୟାଳୟର ମୁଖ୍ୟ ସ୍ରୋତରେ ସାମିଲ କରି ବୟସ ଉପଯୋଗୀ ଶ୍ରେଣୀରେ ନାମଲେଖାଇବା,ନିଶା ମୁକ୍ତ ଭାରତ ଗଠନ , ଡିଜିଟାଲ ଦୁନିଆରେ ଆମ ପିଲାମାନଙ୍କ ସୁରକ୍ଷା , ସ୍ବଛତା ପକ୍ଷ ପାଳନ , ଭିନ୍ନକ୍ଷମ ପିଲାମାନଙ୍କୁ ବିଭିନ୍ନ ସରକାରୀ ସହାୟତା ଓ ମା’ ପାଇଁ ଗଛଟିଏ ଇତ୍ୟାଦି କାର୍ଯ୍ୟକ୍ରମ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା । ବିଦ୍ୟାଳୟର ପ୍ରକୃତି ବନ୍ଧୁ ଆଦର୍ଶ ଶିକ୍ଷକ ଦମ୍ଫତ୍ତି ବଳରାମ ପାଇକରାୟ ଓ ନିବେଦିତା ପାଇକରାୟଙ୍କର ଆୟୋଜନରେ ବିଦ୍ୟାଳୟ ପରିସରକୁ ସରସ ,ସୁନ୍ଦର, ସବୁଜିମା ଭରା ଆକର୍ଷଣୀୟ ପରିବେଶ ସୃଷ୍ଟି କରିବାର ପ୍ରୟାସ କରାଯାଇଥିଲା । ନିଜେ ବଢାଇଥିବା ଚାରାକୁ ସେ ବିଦ୍ୟାଳୟକୁ ବିନା ମୂଲ୍ୟରେ ଯୋଗାଇଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଭାକର ଜେନା, ଉପାଧ୍ୟକ୍ଷା ଅନିତା ନାଏକ , ସମସ୍ତ ସଭ୍ଯସଭ୍ଯା, ପିତାମାତା, ଅଭିଭାବକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମିଳିତ ଭାବେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ” ମା’ ପାଇଁ ଗଛଟିଏ ” କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୁଣ୍ଠ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *