ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ମଧ୍ୟ ସତ୍ୟାଗ୍ରହ ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଚିଲିକା ନିର୍ବାଚନ ମଣ୍ଡଳୀର ସଂଗଠକ ଓ ପିସିସି ସଭ୍ୟ ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ କଂଗ୍ରେସ ଦଳ ତରଫରୁ ଆଜି ସାରା ଭାରତ ବର୍ଷରେ ସତ୍ୟାଗ୍ରହ କରାଯାଉଛି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଏକ ବିଫଳ ଯୋଜନା ଏବଂ ଉକ୍ତ ଯୋଜନାରେ ସାମିଲ ହୋଇ ଯୁବପିଢ଼ି ଚାକିରୀ କାର୍ଯ୍ୟକାଳ ସରିବା ପରେ ଚାପର ବଶବର୍ତ୍ତୀ ହୋଇ ବିପଥଗାମୀ ହେବେ ବୋଲି କଂଗ୍ରେସ ନେତା ଶ୍ରୀ ସ୍ୱାଇଁ କହିଛନ୍ତି । ଉକ୍ତ ଆନ୍ଦୋଳନରେ ପିସିସି ସଭ୍ୟ ସନ୍ତୋଷ କୁମାର ଷଡ଼ଙ୍ଗୀ, ବିଜୟ ରଥ, ଉଗ୍ରସେନ ବିଶ୍ୱାଳ, ଅଜୟ ବେହେରା, ବସନ୍ତ ବିଶୋଇ, ଟୁକୁ ବିଶୋଇ ଏବଂ ଅନ୍ୟ କଂଗ୍ରେସ କର୍ମକର୍ତ୍ତା ମାନେ ସାମିଲ ଥିଲେ ।
ବାଣପୁର ବ୍ଲକ ଆଗରେ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କଲା କଂଗ୍ରେସ !!!

