ଅବସରପ୍ରାପ୍ତ ଏସବିଆଇ ଅଫିସରଙ୍କ ପତ୍ନୀଙ୍କ ବିୟୋଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଫ୍ରେଣ୍ଡସ୍ କଲୋନୀରେ ରହୁଥିବା ପୂର୍ବତନ ଷ୍ଟେଟବ୍ୟାଂକ ଅଫ ଇଣ୍ଡିଆର ଅଧିକାରୀ ହରିମୋହନ ପଟ୍ଟନାୟକଙ୍କ ପତ୍ନୀ ଲତିକା ପଟ୍ଟନାୟକଂକ ଗତକାଲି ସନ୍ଧ୍ଯାରେ ବିୟୋଗ ଘଟିଛି।ସେ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ।ମୃତ୍ୟୁ ବେଳକୁ ତାଂକୁ ୫୯ ବର୍ଷ ହୋଇଥିଲା।ତାଂକର ଅକାଳ ବିୟୋଗରେ ଏସବିଆଇର ପୂର୍ବତନ କର୍ମକର୍ତ୍ତା ଅନାଦି ପାଣିଗ୍ରାହୀ,ଶିବପ୍ରସାଦ ପଟ୍ଟନାୟକ,କୃଷ୍ଣପ୍ରସାଦ ପାତ୍ର, ସତ୍ୟନାରାୟଣ ପଣ୍ଡା,କୈଳାଶ ମୋହନ ପାଠୀ,ଉମାପ୍ରସାଦ ନାୟକ,ସାରଳା ପଟ୍ଟନାୟକ ଗୋକୁଳୀ ପାଇକ,ଧର୍ମରାଜ ନାଏକ ତଥା ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟ ଅନୁଷ୍ଠାନ ଯଥା:- ଉତ୍କଳ ହିତୈଷିଣୀ ସମାଜ, ପ୍ରଗତି ମହିଳା ସଂଗଠନ,ଭକ୍ତି ସଂଗୀତ ସଂସଦ,ନିତ୍ୟାନନ୍ଦ ପାଠାଗାର,କ୍ରିୟେଟିଭ୍ ଆର୍ଟସ୍, ନିୟତି,ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର,ଆକାଂକ୍ଷା ମହିଳା ଅନୁଷ୍ଠାନ,ବରିଷ୍ଠ ନାଗରିକ ସଂଘ,ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତଥା ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତ୍ତାଗଣ ଦିଗନ୍ତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ହରିମୋହନ ପଟ୍ଟନାୟକ ଓ ତାଂକର ପରିବାରବର୍ଗଂକୁ ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *