ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମୁଖ୍ୟାଳୟ ଠାରେ ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ଓ ସମାଧାନ ନିମନ୍ତେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶୁଣାଣି ଶିବିରରେ ସର୍ବମୋଟ ୨୨୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨୦୫ଟି ବ୍ୟକ୍ତିଗତ ଅଭିଯୋଗ, ୧୪ଟି ଗ୍ରାମସ୍ତରୀୟ ସମସ୍ୟା ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ସମ୍ପର୍କିତ ୯ଟି ଅଭିଯୋଗ ରହିଥିଲା । ରେଡକ୍ରସ୍ ସମ୍ପର୍କିତ କୌଣସି ଅଭିଯୋଗ ମିଳିନଥିଲା । ଏହି ଅବସରରେ ୩୭ଟି ଅଭିଯୋଗର ସମାଧାନ କରାଯାଇଥିଲା । ଏହି ଜନ ଅଭିଯୋଗ ଶୁଣାଣିରେ ନୟାଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଓ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଆଇନ ଅନୁଯାୟୀ ତ୍ୱରିତ ଓ ସଠିକ୍ ଭାବେ ସମାଧାନ କରିବା ସହିତ ବକେୟା ଅଭିଯୋଗଗୁଡ଼ିକର ସମୟୋଚିତ ନିଷ୍ପତ୍ତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଓଡ଼ଗାଁରେ ଜନ ଅଭିଯୋଗ ଶୁଣାଣି ଶିବିର !!!

