ମହେନ୍ଦ୍ର ତନୟା ନଦୀରେ ନିଖୋଜ ବୃଦ୍ଧଙ୍କ ଶବ ଉଦ୍ଧାର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ର କେରାଣ୍ଡି ପଞ୍ଚ।ୟତର ଆମର। ଗ୍ରାମରେ ଗତକାଲି ମହେନ୍ଦ୍ର ତନୟ। ନଦୀରେ ଗ।ଧ।ଇବା ବେଳେ 69 ବର୍ଷ ବୃଦ୍ଧ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଭାସିଯାଇ ନିଖୋଜ ହୋଇ ଯାଇଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜା ଖୋଜି କରିଥିଲେ , ଆଜି ପୁଣି ଖୋଜା ଖୋଜି କରିବା ପରେ ନିଖୋଜଙ୍କୁ ଠାବ କରିଥିଲେ । ଘଟଣା ଘଟିବାର କିଛି ଦୂରରେ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମହେନ୍ଦ୍ର ତନୟା ନଦୀରୁ ଉଦ୍ଧାର କରିଥିବାର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *