ପୂଜା ମଣ୍ଡପରେ ପୂଜା ପାଇଲେ ଗଜାନନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବିଘ୍ନ ବିନାଶନ ଶ୍ରୀ ଗଣେଶଙ୍କ ପବିତ୍ର ପୂଜା ଉତ୍ସବ ଡମପଡା କ୍ଲବର ସମସ୍ତ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ଏବଂ ଗ୍ରାମ୍ୟ କ୍ଲବ ମାନଙ୍କରେ ମହା ସମାରୋହରେ ଆଜି ପାଳିତ ହୋଇଯାଇଛି | ତାଳବସ୍ତ ଫାଣ୍ଡି ପରିସରରେ ଅଧିକାରୀ ଏସ ଏକ ସାହାବଜାନ, ସରକାରୀ ତାଳବସ୍ତ ପି ଏମ ଶ୍ରୀ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଲିଜା ରାଉତ, ଦୁଲଣାପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବେଉରା, ଦୁଲଣାପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସଂଜୀବ ନାୟକ, ଅରପୁର ଗ୍ରାମ୍ୟ କମିଟିର ଶିବ ମନ୍ଦିର ପରିସରରେ ବିପିନ ବିହାରୀ ନାୟକ, ତାଳବସ୍ତ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ବେହେରା,ବିଦ୍ୟାବାଟିକା ବିଦ୍ୟାଳୟରେ ପ୍ରଧାନ ଆଚାର୍ଯ୍ୟ ଶିବାନୀ ରାଉତ , ଚକାପଦାସ୍ଥ ଆଦର୍ଶ ଯୁବ ପରିଷଦ କାର୍ଯ୍ୟଳୟରେ ଆବାହକ ଅକ୍ଷୟ କୁମାର ସାମଲ, ତାଳବସ୍ତ ଡମପଡା ଜଙ୍ଗଲ ବିଭାଗ କାର୍ଯ୍ୟାଳୟରେ ବନପାଳ ବାଲେଶ୍ୱର କଅଁର, ବିଦ୍ୟାଧରପୁର ଏବଂ ବଡ଼ ହାମିରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଯଥାକ୍ରମେ ଶିବ ସୁନ୍ଦର ଦାସ ଏବଂ ଦୀନବନ୍ଧୁ ନାଏକ ପ୍ରମୁଖ ଗଣେଶଙ୍କ ପୂଜା ହୋମରେ କର୍ତ୍ତା ଭାବେ ବସିଥିଲେ | ତାଳବସ୍ତ ୟୁଥ କ୍ଲବ, ଦୁଲଣାପୁର, ଡମପଡା, କୁସୁନ୍ଦା ଗ୍ରାମର ବିଭିନ୍ନ ସାହି କ୍ଲବ କାର୍ଯ୍ୟଳୟରେ ଧୁମ ଧାମରେ ଗଣେଶ ମହାପ୍ରଭୁଙ୍କ ପୂଜା କରାଯାଉଅଛି | ସମସ୍ତ ପୂଜା ମଣ୍ଡପ ଗୁଡିକ ସରକାରଙ୍କ ନିୟମ ଅନୁଯାୟୀ ଶାନ୍ତି ଶୃଙ୍ଖଳା ସହ ମାଇକ ସାଉଣ୍ଡର ଆବଶ୍ୟକ ଶବ୍ଦ ଦେଇ ବଜା ଯାଉଥିବାର ତାଳବସ୍ତ ଫାଣ୍ଡୀ ଅଧିକାରୀ କହିଛନ୍ତି | ସନ୍ଧ୍ୟାରେ ମହିଳା ଝିଅ ମାନଙ୍କର ସପରିବାର ସହ ଆକର୍ଷଣୀୟ ତୋରଣ ଓ ଆଲୋକମାଳା ଭିତରେ ପ୍ରଭୁ ଗଣେଶଙ୍କ ପୂଜା ମଣ୍ଡପ ଦର୍ଶନ ପାଇଁ ଗହଳି ହୋଇଥିଲା |

Leave a Reply

Your email address will not be published. Required fields are marked *