ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଜୀବ ଜଗତରେ ବୃକ୍ଷର ଅବଦାନ ଅସୀମ । ବୃକ୍ଷ ଜୀବଜଗତର ବହୁବିଧ କାର୍ଯ୍ୟ କରୁଥିବାରୁ ପୁରାଣ ଯୁଗରେ ମୁନିଋଷି ମାନେ ବୃକ୍ଷକୁ ଦେବତା ରୂପେ ପୂଜା କରୁଥିଲେ । ଆଜିର ଆଧୁନିକ ଯୁଗରେ ବୃକ୍ଷ ମଣିଷ ସମାଜର କେତେ ଅମୂଲ୍ୟ ଉପକାର କରେ ତାହା ଆମକୁ ମହାମାରୀ କରୋନା ଶିଖାଇ ଦେଲା , ଯେତେବେଳେ ଅମ୍ଳଜାନ ଅଭାବରୁ ବହୁ ରୋଗୀ ମୃତ୍ୟୁ ମୁଖରେ କରିଥିଲେ । ସେଥିପାଇଁ କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ଢ଼ଂସର ଗ୍ରାମ ପଞ୍ଚାୟତର ” ପ୍ରକୃତି ବନ୍ଧୁ ” ଆଦର୍ଶ ଶିକ୍ଷକ ଦମ୍ଫତ୍ତି ବଳରାମ ପାଇକରାୟ ଓ ନିବେଦିତା ପାଇକରାୟ ଅହରହ ପ୍ରକୃତି ପାଇଁ କାମ କରି ଆସୁଛନ୍ତି । ବିଭିନ୍ନ ଛୁଟି ଦିନରେ ସେମାନେ ବିଭିନ୍ନ କାର୍ଯ୍ଯାଳୟ , ବିଦ୍ୟାଳୟ ,ବ୍ଯକ୍ତି ବିଶେଷଙ୍କୁ ନିଜେ ସଯତ୍ନରେ ବଢାଇଥିବା ଚାରାକୁ ବିନା ମୂଲ୍ଯରେ ବଣ୍ଟନ କରିଥାନ୍ତି । ଆଜି ପବିତ୍ର ” ନୂଆଖାଇ ” ଅବସରରେ ଉଭୟ ଦମ୍ଫତ୍ତି ଚାରାକୁ ବଣ୍ଟନ କରିଛନ୍ତି । ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ସାଉଣ୍ଟୁଛନ୍ତି ସେମାନେ । ସମାଜର ଜାତି, ଧର୍ମ, ବର୍ଣ ନିର୍ବିଶେଷରେ ସମସ୍ତ ଶ୍ରେଣୀର ଲୋକଙ୍କୁ ସାମିଲ କରାଇ ,ପରିବେଶ ପ୍ରତି ଅହେତୁକ ଆଗ୍ରହ ବୃଦ୍ଧି କରାଉଛନ୍ତି ସେମାନେ । ଏହି ମହତ କାର୍ଯ୍ୟ ପାଇଁ ସେମନଙ୍କୁ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ପରିବେଶବିତ ମାନେ ଉଚ୍ଚ ପ୍ରଶଂସା କରିବା ସହିତ ସମସ୍ତେ ମିଳିମିଶି ପରିବେଶ ସୁରକ୍ଷା ଓ ସଂରକ୍ଷଣ ପାଇଁ କାମ କରିବା ପାଇଁ ଆହ୍ବାନ ଦେଇଛନ୍ତି ।
ଚାରା ବଣ୍ଟନ କରି ” ନୂଆଖାଇ ” ପାଳନ କଲେ ” ପ୍ରକୃତି ବନ୍ଧୁ ” !!!

