ଶହେ ଏକ ବର୍ଷର ବିଦ୍ୟାଳୟ : ସମସ୍ୟା ଶହେ ଶହେରେ ଭରପୁର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଅବ୍ୟବସ୍ଥା ଘେରରେ ସାହାଡ଼ାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ! ଭଙ୍ଗା ଯାଉ ନ ଥିବା ଜରାଜୀର୍ଣ ଘରେ ସରିସୃପଙ୍କ ବସବାସ , ଗେଟ ପାଖରେ ଟିକିଏ ବର୍ଷା ହେଲେ, ଦୁଇଫୁଟର ପାଣି ଜମୁଅଛି ! କଳା ସାହିତ୍ୟ ଓ ସଂସ୍କୃତିର ପୀଠ ବାଙ୍କୀ ସହର ଉପରେ ଶହେ ଏକ ବର୍ଷର ବିଦ୍ୟାଳୟ “ସାହାଡ଼ାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ‘ଦଣ୍ଡାୟମାନ ହୋଇଅଛି | ଏହି ମଣିଷ ତିଆରି କାରଖାନାର ବିଦ୍ୟାଳୟ ପରିକ୍ରମାର ସୁବିଧା ଅସୁବିଧା ଦେଖିଲା ବେଳେ ଏକ ଆଶ୍ଚର୍ଯ୍ୟଚକିତ କଥାଟିଏ ନଜରକୁ ଆସିଥିଲା | ଏହା ପଂଚାୟତରେ ଯାଉନାହିଁ କି ବାଙ୍କୀ ଏନ.ଏ.ସି. ରେ ମଧ୍ୟ ଯାଉନାହିଁ | ତେଣୁ ଉଭୟ ପକ୍ଷରୁ ଏଠାକୁ କୌଣସି ସରକାରୀ ସାହାଯ୍ୟ ଆସି ନଥାଏ | ବିଦ୍ୟାଳୟଟି ରହୁଛି ଗୋପାଳପୁର ପାଟପୁର ଗ୍ରାମ ପଂଚାୟତ ଜାଗାରେ କିନ୍ତୁ ନାମ କରଣ ହୋଇଛି ବାଙ୍କୀ ଏନ ଏ ସି ଅଧୀନରେ ଥିବା ସହଡାପଡ଼ା ୱାର୍ଡ ଅନୁସାରେ | ତେଣୁ ଉଭୟ ପଂଚାୟତ ସରପଞ୍ଚ ଏବଂ ପୌରାଞ୍ଚଳ କାଉନସିଲର ଏଥିପ୍ରତି ଏତେ ଗୁରୁତ୍ୱ ଦେଇ ନ ଥାନ୍ତି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପରିମାଣିକଙ୍କ କହିବାନୁସାରେ ସରକାରଙ୍କ ଗ୍ରାଚିଚୁଟ ଫଣ୍ଡରେ ବିଦ୍ୟାଳୟ ଉର୍ନ୍ନତି ପାଇଁ କେବଳ ବର୍ଷକୁ 50 ହଜାର ଟଙ୍କାର ସହାୟତା ମିଳିଥାଏ ଯାହା ସମୁଦ୍ରକୁ ଶଙ୍ଖେ ପରି | ବିଦ୍ୟାଳୟ ପରିଚାଳନା କମିଟି ଯାହା ଅଭିଯୋଗ ମାଧ୍ୟମରେ ପ୍ରୋଜେକ୍ଟ କରିଦିଅନ୍ତି, ତାହା କେବେ ପୂରଣ ହୁଏ ତ ନଚେତ କାର୍ଯ୍ୟ ଆସିବା ଆଗରୁ ବନ୍ଦ କି ଅଧା ବାଟରେ ଫାଇଲ ଅଟକି ରୁହେ | ବର୍ଷାଦିନ ତକ ସ୍କୁଲ ଭିତରେ ପାଣି ଜମି ରୁହେ | ସମ୍ମୁଖ ତୋରଣ ପାଖରେ ଟିକେ ବର୍ଷା ହେଲେ ଦୁଇଫୁଟ ଊଂଚରେ ପାଣି ଜମିରହେ | ସେହି ଅପରିଷ୍କାର ପାଣି ଭିତରେ ପିଲାମାନେ ପଶି ପାଠ ପଢିବାକୁ ଆସିଥାନ୍ତି | ତିନିବର୍ଷ ହେବ ଗୋଟେ ଟ୍ରିପ ଟ୍ରାକ୍ଟର ମାଟି ଖାଲୁଆ ଅଞ୍ଚଳରେ ପକେଇବାକୁ ମଧ୍ୟ କାହାର ସକ୍ଷମ ନାହିଁ | ବିଦ୍ୟାଳୟ ତରଫରୁ ର କିମ୍ବା ଉକ୍ତ ଅଞ୍ଚଳର ବଦାନ୍ୟ ଵ୍ୟକ୍ତି ମାନଙ୍କର |ସାହାଡ଼ାପଦା ଗ୍ରାମର ଇତିହାସ ଦେଖିଲେ ଏଠାରେ ବାହୁ ପ୍ରତିଷ୍ଠିତ କବି, ଲେଖକ, ରାଜନୈତିକ ଲୋକ ଓ ଶିକ୍ଷାବିତଙ୍କ ଜନ୍ମସ୍ଥାନ ହୋଇଥିଲେ ବି ବିଦ୍ୟାଳୟ ଉପରେ କାହାର ସୁ ନଜର ନାହିଁ |ବିଦ୍ୟାଳୟରେ ଥିବା ନଳକୂପରୁ ଲୌହ ପାଣି ବାହାରୁ ଥିବାରୁ ପାନୀୟ ଜଳ ରୂପେ ପିଲାମାନେ ବ୍ୟବହାର କରୁନାହାନ୍ତି | ଅକୁଆ ଗାର୍ଡ ଟି ବହୁତ ସମୟ ଅଚଳ ରହୁଅଛି | ନଳକୂପକୁ ଲାଗି ବହୁ ପୁରୁଣା ବର୍ଷର ଅବ୍ୟବହୃତ ପୁରୁଣା ଭଙ୍ଗା ସ୍କୁଲ ଘର ରହିଛି ଯେଉଁଥିରେ ଦିନବେଳେ ଖାଲି ସାପ ବିଛା ମାଳମାଳ ହୋଇ ବୁଲନ୍ତି | ତାହାକୁ ଭାଙ୍ଗିବାକୁ ପଂଚାୟତ ଏବଂ ପୌରାଞ୍ଚଳ ପରସ୍ପରକୁ ଅନାଇ ରହୁଛନ୍ତି | ଅଭିଭାବକ ପପୁ ନାୟକଙ୍କ କହିବାନୁସାରେ ଜରାଜୀର୍ଣ ଘର ଭାଙ୍ଗିବାକୁ କେବଳ ଡମପଡା ବିଡ଼ିଓ ଅନୁମତି ଦେଇ ପାରିବେ କିନ୍ତୁ ବହୁବାର ଦୃଷ୍ଟି ଆକର୍ଷଣ କରାଯାଇ ଥିଲେବି, ସେ ଏଥିପ୍ରତି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଇ ନାହାନ୍ତି | ପୁରାତନ ବିଦ୍ୟାଳୟ ହୋଇଥିଲେ ବି ଏଠି ବାହୁ ଅବ୍ୟବସ୍ଥା ଭିତରେ ଚାଲିଛି ଶିକ୍ଷାଦାନ ଓ ପରିଚାଳନା | ପୁଅ ଝିଅଙ୍କ ପାଇଁ ନିର୍ମିତ ହୋଇଥିବା ଶୌଚାଳୟରେ କବାଟନାହିଁ | ଝିଅମାନେ ଖୋଲା ମେଲାରେ ପରିଷ୍କାର କରିଥାନ୍ତି | ପ୍ରତିଦିନ ନଅଟି ଶ୍ରେଣୀକୁ ରହିଛି ଛଅଟି ପଢ଼ାଘର | ଚଳିତ ବର୍ଷ ପିଲା ଉପସ୍ଥାନ ଖାତାରେ ସମୁଦାୟ 151 ଜଣ ପିଲାଙ୍କୁ 11 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି | ସେଥିମଧ୍ୟରୁ ଦୁଇ ଜଣ ଅନୁପସ୍ଥିତ ଅଛନ୍ତି ଅନ୍ୟ ବିଦ୍ୟାଳୟ ଡେପୁଟେସନରେ ଯାଇ |

ଗାଁ ର ସାମାଜିକ କର୍ମୀ ଚନ୍ଦନ ଗଣ୍ଠୁଆଳ ଙ୍କ କହିବା ଅନୁସାରେ ସବୁଦିନ 2/3 ଜଣ କର୍ମଚାରୀ ଅନୁପସ୍ଥିତ ରହୁଛନ୍ତି ବିଭିନ୍ନ ପ୍ରକାର କାମର ବାହାନା କରି ଯେହୁତ ସମସ୍ତେ ଏଠି ପାଖ ଏବଂ ସ୍ଥାନୀୟ ଅଞ୍ଚଳର ସ୍ଥାୟୀ ବାସିନ୍ଦା ଅଟନ୍ତି | ପିଲାଙ୍କ ରୋଷେଇ ଘରେ ପାଖରେ ଅଳିଆ ଆବର୍ଜନା, ଗଛିତ ବର୍ଷା ଜଳ ଜମି ରହୁଛି, ସେହି ପରିବେଶରେ ପ୍ରତିଦିନ ରୋଷେୟା ପରିବା କାଟି ରୋଷେଇ କରି ପିଲାଙ୍କୁ ଖାଇବାକୁ ଦେଉଛନ୍ତି | ନୂତନ ରୋଷେଇ ଘର କିମ୍ବା ପୁରୁଣା ଘରଟିକୁ ନବୀକରଣ କରିବା ଆବଶ୍ୟକ ହେଉଅଛି | ସ୍ଵଛତା ପରିବେଶର ବହୁତ ପଛରେ ରହିଛି ଉକ୍ତ ପୁରାତନ ସରକାରୀ ବିଦ୍ୟାଳୟ | ପିଲାମାନଙ୍କ ପାଇଁ ପଢିବା ପାଇଁ ଭଲ ପାଠଗାର, ସାଇକେଲ ଷ୍ଟାଣ୍ଡ ଏବଂ ସାମୁହିକ ମଧ୍ୟାହ୍ନ ଭୋଜନ ପାଇଁ ଡାଇନିଂଗ ହଲ ଟିଏ ନିର୍ମାଣର ଆବଶ୍ୟକତା ରହିଅଛି |ଏ ସମ୍ପର୍କରେ ଡ଼ମପଡା ବି ଇ ଓ ଚିନ୍ମୟ କୁମାର ମହାପାତ୍ରଙ୍କୁ ପଚାରିବାରେ କହିଥିଲେ ଯେ, ମୁଁ ନୂଆ ଆସିଛି | ତେଣୁ ଦୃଷ୍ଟିକୁ ଆସିଥିବା ସମସ୍ତ ଅଵ୍ୟବସ୍ଥାର ସମାଧାନ ଉଚ୍ଚ ଅଧିକାରୀଙ୍କ ସହିତ କଥା ହୋଇ କରିବି | ନୂତନ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଜିତ କୁମାର ସୁବୁଦ୍ଧି କୁହନ୍ତି ଯେ ବିଦ୍ୟାଳୟର ଉର୍ନତି ଏବଂ ପିଲାମାନଙ୍କର ଉତ୍ତମ ପାଠ ପଢ଼ା ପାଇଁ ଯାହା ଭିତିଭୂମି ଆବଶ୍ୟକ ତାହାକୁ ଆଗାମୀ ପରିଚାଳନା ବୈଠକରେ ପକାଇ ନିଶ୍ଚିନ୍ତ ଅଗ୍ରଗତି କରିବାକୁ ଚେଷ୍ଟା କରିବୁ |

Leave a Reply

Your email address will not be published. Required fields are marked *