ଗଜପତି ରେ ଓଡ଼ିଶା ବନ୍ଦ ଡାକରାରେ ସିପିଆଇ (ଏମ୍- ଏଲ୍) ନିଉ ଡେମୋକ୍ରାସୀ ପକ୍ଷରୁ ପ୍ରତିବାଦ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଓଡ଼ିଶା ବନ୍ଦ ଡାକରା ରେ କେଦାର ଶବର ଙ୍କ ନେତୃତ୍ୱ ରେ ସିପିଆଇ (ଏମ୍- ଏଲ୍) ନିଉ ଡେମୋକ୍ରାସୀ ପକ୍ଷ ରୁ ପ୍ରତିବାଦ କରାଯାଇଛି ! ନୂତନ ବସଷ୍ଟାଣ୍ଡ ଠାରୁ ବାହାରି ହାଇସ୍କୁଲ ଠାରେ ପ୍ରତିବାଦ କରିଥିବାର ଦେଖିବକୁ ମିଳିଛି ! ଦାବି ଗୁଡିକ ହେଲା ଭୋଟ ଚୋର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ପ୍ରଦାନ, ନିର୍ବାଚନ କମିଶନର ନିଯୁକ୍ତି ଆଇନରେ ସଂଶୋଧନ, SIR ପ୍ରକ୍ରିୟାକୁ ବାତିଲ କରିବା, ରାଜ୍ୟରେ ବିକାଶ ନାଁରେ ସବୁ ଖଣିକୁ ବଡ଼ ବଡ କମ୍ପାନୀ ହାତକୁ ଟେକିଦେବା ବନ୍ଦ କରିବା, ରାଜ୍ୟର ସ୍ୱାର୍ଥ ବିରୋଧୀ ତଥା ଆଦିବାସୀ ବିରୋଧୀ ଖଣି ଖଣିଜ ଆଇନ (MMDR Act-2026) କୁ ବାତିଲ କରିବା ଆଦି ଦାବି ନେଇ ଆଜି ଓଡିଶା ବନ୍ଦ ର ଡାକରା ଦିଆଯାଇଛି । ବନ୍ଦକୁ ସଫଳ କରାଇବା ପାଇଁ ସିପିଆଇ (ଏମ୍- ଏଲ୍) ନିଉ ଡେମୋକ୍ରାସୀ ପକ୍ଷରୁ ପ୍ରତିବାଦ କରାଯାଇଛି ।

Leave a Reply

Your email address will not be published. Required fields are marked *