ଶାରଦୀୟ ପୂଜାର ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…!!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଦେବୀ ମଣ୍ଡପରେ ପୂଜା ପାଇବେ ଦୁର୍ଗତି ନାଶିନୀ ଦଶଭୁଜା ମା ଦୁର୍ଗା | ଗାଁରୁ ସହର ଯାଏ ସବୁଠି ଚଳାଚଞ୍ଚଳ ସମସ୍ତ ଦେବୀ ପୀଠ,ଗାଁ ସହର ପୂଜା କମିଟି ଏବଂ ବ୍ୟବସାୟ ପ୍ରତିଷ୍ଠାନମାନେ | ବାଙ୍କୀ ଉପଖଣ୍ଡରେ ଗ୍ରାମାଞ୍ଚଳ ଦଶହରା ପର୍ବ ହିସାବରେ ପଶ୍ଚିମ ବାଙ୍କୀର କଳାପଥର, ଡମପଡା ବ୍ଲକର ତାଳବସ୍ତ ଏବଂ ଡମପଡା ଗ୍ରାମପଂଚାୟତ ପ୍ରସିଦ୍ଧ ଅଟେ | ଡମପଡା ବ୍ଳକ ଅନ୍ତର୍ଗତ ତାଳବସ୍ତ ଦୁର୍ଗାପୂଜା ବଣିକ ସଙ୍ଘ ଦ୍ଵାରା ଆୟୋଜିତ ଦୁର୍ଗପୁଜା ବହୁତ ପ୍ରାଚୀନ | ମାତ୍ର ପାଞ୍ଚହଜାର ଟଙ୍କାରେ ତାଳବସ୍ତ ଗ୍ରାମର ଚାରିଜଣ ଉଚ୍ଚ ଶିକ୍ଷିତ ଶିକ୍ଷକ ବନ୍ଧୁଙ୍କ ସହଯୋଗରେ ଆରମ୍ବ ହୋଇଥିବା ମାଆଙ୍କ ପୂଜା ଚଳିତ ବର୍ଷ ପଇଁ ଏକ ପଇଁଚାଳିଶି ବର୍ଷରେ ପଦାର୍ପଣ କରୁଅଛି | ସାଜସଜା, ପୂଜା ଏବଂ ଭଷାଣି ବାବଦରେ ଚଳିତ ବର୍ଷ ପ୍ରାୟ ସାତଲକ୍ଷ ଟଙ୍କାର ବ୍ୟୟବରାଦ ଅଟକଳ ହୋଇଅଛି | କେବଳ ବର୍ଷସାରା ତାଳବସ୍ତ ଗ୍ରାମର ଦୋକାନୀ ବ୍ୟବସାୟୀ ଭାଇ ଏବଂ ବଦ୍ୟାନ ବ୍ୟକ୍ତିଙ୍କ ଦାନ ସଂଗୃହିତ ଟଙ୍କାରେ ମା ଦୁର୍ଗାଙ୍କ ପୂଜା ହୋଇଥାଏ | ମାଆଙ୍କ ବିଦାୟୀ ପର୍ବ ଭଷାଣିରେ କେବଳ ପାରମ୍ପରିକ ବାଦ୍ୟଯନ୍ତ ବଜାଇ ଶୋଭାଯାତ୍ରାରେ ମାଆ ଙ୍କୁ ସ୍ଥାନୀୟ ମହାନଦୀ ରଣଶଙ୍ଖରେ ମେଲାଣି ଦିଆଯାଏ | ପ୍ରତିବର୍ଷ ଦେବୀଙ୍କ ପୂଜା ମଣ୍ଡପରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପାଲା ଗାୟକ ମାନଙ୍କ ଦ୍ଵାରା ବାଦୀପଲା ପରିବେଷଣ କରାଯାଇ ଆସୁଅଛି !

ଚଳିତ ବର୍ଷ ତାଳବସ୍ତ ଦୁର୍ଗାପୂଜା ମଣ୍ଡପରେ ପୁରୀ କାକଟପୁରର ଗାୟକ ଵାଚସ୍ପତି ବନବିହାରୀ ଗ୍ରହାଚର୍ଯ୍ୟା ଏବଂ ଚୌଦ୍ଵାରର ଗାୟକ ବେଦ ଵାଚସ୍ପତି ବିଚିତ୍ରାନନ୍ଦ ପଣ୍ଡାଙ୍କ ଦ୍ଵାରା ଅକ୍ଟୋବର 18 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ବାଦୀପାଲା ଅନୁଷ୍ଠିତ ହେବ | ପ୍ରଥମରୁ ପୂଜାସହିତ ସମ୍ପୃକ୍ତ ଥିବା ଅବସର ପ୍ରାପ୍ତ ଶିକ୍ଷକ ବଂଶୀଧର ସ୍ୱାଇଁ କୁହନ୍ତି ଯେ,ବହୁ ଘାତ ପ୍ରତିଘାତ ଭିତରେ ବି ଶୃଙ୍ଖଳିତ ପୂଜା କମିଟି ଭାବେ ବାଙ୍କିରେ ସୁନାମ ଅର୍ଜନ କରିଛି ତାଳବସ୍ତ ଦୁର୍ଗାପୁଜା ବଣିକ ସଙ୍ଗ |1981 ମସିହାରେ ଆରମ୍ଭ ହୋଇଥିଲା ପ୍ରଥମ ଦୁର୍ଗାପୂଜା | ପ୍ରଥମ ସଭାପତି ଥିଲେ ସ୍ବର୍ଗତ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଓ ପ୍ରଥମ ସମ୍ପାଦକ ଶ୍ରୀଯୁକ୍ତ ବଂଶୀଧର ସ୍ୱାଇଁଙ୍କ ସହିତ ସଭ୍ୟ ଥିଲେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ ଓ ସ୍ବର୍ଗତ ଶ୍ରୀଯୁକ୍ତ ଗୋକୁଳାନନ୍ଦ ପ୍ରଧାନ | ଚଳିତ ବର୍ଷର ନୂଆ ପୂଜା କମିଟିରେ ସଭାପତି ଭାବେ ବିଶିଷ୍ଟ ଶିକ୍ଷା ବିତ କୃଷ୍ଣଚନ୍ଦ୍ର ବେଉରା, ଉପସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଗୋପବନ୍ଧୁ ସାହୁ ଏବଂ ଉପଦେଷ୍ଟା ବଂଶୀଧର ସ୍ୱାଇଁ ଅଛନ୍ତି |ତାଳବସ୍ତର ସମସ୍ତ ସାହିରେ ଅନ୍ୟ ମୁଣ୍ମୟୀ ଦେବଦେବୀ ପୂଜାପାଇ ଆସୁଅଛି | ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ମାନଙ୍କୁ ନେଇ ତାଳବସ୍ତ ଫାଣ୍ଡି ଅଧିକାରୀ ଏସ କେ ସାହବଜାନ ଏକ ଶୃଙ୍ଖଳିତ ଶାନ୍ତି କମିଟି ଗଠନ ସହିତ ଡି ଜେ ଓ ମଦକୁ ସମ୍ପୂର୍ଣ ବନ୍ଦ କରାଯାଇଅଛି ବୋଲି କୁହନ୍ତି | ଚଳିତ ବର୍ଷ ବାଙ୍କୀରେ ଚାରି ଥର ବନ୍ୟା ଆସି ତାଳବସ୍ତ ବିଲିପଡ଼ା ରାସ୍ତା ବନ୍ଦ କରିବା ସହିତ ଗଣେଶ ପୂଜା ଓ ବିଶ୍ୱକର୍ମା ପୂଜା ଠିକ ଢଙ୍ଗରେ କରେଇବାକୁ ଦେଇନାହିଁ ତେଣୁ ଆଗକୁ ବନ୍ୟା ଏବଂ ଲଘୁଚାପ ଜନିତ ବର୍ଷା କାଳେ ପୁନର୍ବାର ପୂଜାରେ ବ୍ୟାଘାତ ଘଟେଇବ , ସେଥିପାଇଁ ଆଶା ଆଶଙ୍କାରେ ରହିଛନ୍ତି ତାଳବସ୍ତର ସମସ୍ତ ପୂଜା କମିଟି ଏବଂ ବ୍ୟବସାୟୀ ଭାଇମାନେ |

Leave a Reply

Your email address will not be published. Required fields are marked *