୪୦ ଫୁଟ ତଳକୁ ଖସିଲା ସ୍କୁଟି : ୨ ଯୁବକ ଆହତ

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଥାନା ଅନ୍ତର୍ଗତ ଗୁଡ଼୍ରିଗାଁରେ ଘଟିଛି ଅଭାବନୀୟ ଘଟଣା । ଏକ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ସେହି ସ୍କୁଟିରେ ଥିବା ଚାଳକ ଓ ଅନ୍ୟ ଜଣେ ଯୁବକ ଏକ ପୋଲର ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, ଟିକାବାଲି ଥାନା ଅନ୍ତର୍ଗତ ଭଂଜପଦର ଗ୍ରାମର ଦୁଇଜଣ ଯୁବକ ଏକ ସ୍କୁଟିରେ ଯାଉଥିବା ବେଳେ ଗୁଡ଼୍ରିଗାଁ ପୋଲ ନିକଟରେ ସ୍କୁଟିଟି ଭରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହେବାରୁ ଉଭୟ ପୋଲ ତଳକୁ ଖସି ଯାଇଥିଲେ । ପ୍ରାୟ ୪୦ ଫୁଟ ତଳକୁ ଉଭୟ ଖସି ପଡ଼ିଥିଲେ । ଦୁର୍ଘଟଣା ପରେ ଏକ ପ୍ରଚଣ୍ଡ ଶବ୍ଦ ଯୋଗୁଁ ଗ୍ରାମର କିଛି ଲୋକ ତୁରନ୍ତ ସେଠାରେ ପହଞ୍ଚି ଟିକାବାଲି ଦମକଳ ବାହିନିକୁ ଖବର ଦେବା ସହିତ କିଛି ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ଖବର ଦେଇଥିଲେ । ତୁରନ୍ତ ସେଠାରେ ସମସ୍ତେ ପହଞ୍ଚି ୪୦ ଫୁଟ ତଳୁ ଉଭୟଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ପ୍ରଥମେ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉଭୟଙ୍କ ନାମ ଜଣା ପଡ଼ିନଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *