କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ବାତ୍ୟା ଅର୍ଣ୍ଣବ ର ପ୍ରଭାବ l ବାତ୍ୟା ଅର୍ଣ୍ଣବ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ସଜାଗ ରହିବା ସହ ସମସ୍ତ ପ୍ରସ୍ତୁତି କରିସାରିଥିବା ବେଳେ ବାତ୍ୟା ଅର୍ଣ୍ଣବ ପଡୋଶୀ ରାଜ୍ୟ ଆନ୍ଧ୍ର ରେ ତାର ବିକଟାଳ ରୂପ ଦେଖାଇ ଅନ୍ୟ ଦିଗକୁ ଗତି କରୁଛି ! ବାତ୍ୟା ର ପ୍ରଭାବ ରେ କୋରାପୁଟ ଜିଲ୍ଲା ରେ ବର୍ଷା ଜୋର ରେ ଲାଗିରହିଛି ଏପରିକି ଜିଲ୍ଲା ର ପଟାଙ୍ଗୀ ବ୍ଲକ ରେ ସର୍ବାଧିକ 151ମିଲି ମିଟର ବର୍ଷା ସରକାରୀ ଭାବେ ରେକର୍ଡ ହୋଇସାରିଛି ! ତଳିଆ ଅଞ୍ଚଳ ର ଜନସାଧାରଣ ଙ୍କୁ ରିଲିଫ କ୍ୟାମ୍ଫ ରେ ପ୍ରଶାସନ ତରଫରୁ ରଖାଯାଇଛି ଓ ଖାଦ୍ୟ ପେୟ ସମେତ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ! ଅନ୍ୟ ପଟେ ଦେଖିବାକୁ ଗଲେ ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜ୍ୟ ସରକାର ଙ୍କ ତରଫରୁ ନୋଡାଲ ଅଫିସର ଭାବେ ଡ଼ ପୋମା ଟୁଡୁ କୋରାପୁଟ ଠାରେ ଉପସ୍ଥିତ ରହି ସ୍ଥିତି ର ସମୀକ୍ଷା କରିଛନ୍ତି ! ଏପରିକି ବିଳମ୍ବିତ ରାତି ଯାଏଁ ପ୍ରସlସନିକ ଅଧିକାରୀ ଙ୍କୁ ନେଇ ସମୀକ୍ଷା ବୈଠକ କରିଥିବା ବେଳେ ଆଜି ସକାଳୁ ସକାଳୁ ଜରୁରୀ କାଳୀନ ଅଫିସ ରେ ଉଭୟ ପହଂଚି ମନିଟରିଙ୍ଗ କରୁଛନ୍ତି l କୋରାପୁଟ ଜିଲ୍ଲାପାଳ ଓ ବିଧାୟକ ମଧ୍ୟ ତାଙ୍କ ସାଥିରେ ରହିଛନ୍ତି l ସେହିପରି ଗମନl ଗମନ କ୍ଷେତ୍ର ରେ ଟ୍ରେନ ବସ ଯାତାୟାତ ପ୍ରଶାସନ ତରଫରୁ ବନ୍ଦ କରି ରଖା ଯାଇଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରଖା ଯାଇଛି l ତେଲେଙ୍ଗୀ ଓ କୋଲାବ ଡ୍ୟାମ ର ଜଳସ୍ତର ଉପରେ ପ୍ରଶାସନ ତୀକ୍ଷ୍ମଣ ଦୃଷ୍ଟି ରଖିଛି l ମୋଟାମୋଟି ଭାବରେ କହିବାକୁ ଗଲେ ବାତ୍ୟା ପାଇଁ ସରକାରୀ ସ୍ତର ରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି l
କୋରାପୁଟ ରେ ବାତ୍ୟା ଅର୍ଣ୍ଣବ ର ପ୍ରଭାବ !!!

