ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ମହୋତ୍ସବ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ , ଯୁବସ୍ରଷ୍ଟାଙ୍କ ଲେଖନୀରେ ଗାଁ ମହକର ବାସ୍ନା ରହୁ | ବାଙ୍କୀ ମହୋତ୍ସବ ୨୦୨୬ ଆନୁକୁଲ୍ୟରେ ମହୋତ୍ସବ ମଣ୍ଡପ ଠାରେ ଆଜି ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପାଠୋତ୍ସବରେ କବି ରବିନାରୟଣ ମଙ୍ଗରାଜ ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ମନୋଜ କୁମାର ମହାପାତ୍ର ଯୋଗଦାନ କରି କବିମାନେ ଦ୍ୱିତୀୟ ଈଶ୍ୱର ଓ ସେମାନଙ୍କ ଲେଖନୀ ଦ୍ୱାରା ସମାଜର ପ୍ରତିଛବି ପ୍ରତିଫଳିତ ହେବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ମହୋତ୍ସବ ସାଧାରଣ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ ଯୋଗଦାନ କରି ଓଡ଼ିଶାକୁ ବାଙ୍କୀର କବି ମାନଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପନଗରପାଳ ସନ୍ତୋଷ କୁମାର ରଣା ଯୋଗଦାନ କରି କବିମାନେ ଗାଁ ଗହଳିରେ ହଜିଯାଉଥିବା ସଂସ୍କୃତିକୁ ଲେଖନୀ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି । କବିତା ଗୁଡିକୁ ଶକୁନ୍ତଳା ମଲିକ, କବି ବିଭୂ ହୋତା ସଂଯୋଜନା କରିଥିଲେ । କବିତା ପାଠୋତ୍ସବରେ ଉଦୟନାଥ ସାହୁ, ଶାଶ୍ୱତୀ ନନ୍ଦ, ଡକ୍ଟର ରଶ୍ମିକର, ବିଶ୍ୱରଞ୍ଜନ ସ୍ୱାଇଁ ପ୍ରମୁଖ ଶତାଧିକ କବି କବୟିତ୍ରୀ ଯୋଗଦାନ କରିଵା ସହିତ ଖୋର୍ଦ୍ଧା, କଟକ, ତାଳଚେର, ଅନୁଗୁଳ, ନୟାଗଡ, ଭୁବନେଶ୍ୱର ଅଞ୍ଚଳରୁ ପ୍ରାୟ 50 ରୁ ଅଧିକ ଯୁବସ୍ରଷ୍ଟା ଯୋଗ ଦେଇ ନିଜର ସ୍ଵରଚିତ କବିତା ପାଠ କରିଥିଲେ | ବିଶିଷ୍ଟ ଶିକ୍ଷାବିତ ତଥା କବି ନରୋତ୍ତମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ବାଙ୍କୀ ମହୋତ୍ସବ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ !!!

