ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଉଦଯାପିତ ହେଲା ବାଙ୍କୀ ମହୋତ୍ସବ ! ଆନନ୍ଦ ଉଲ୍ଲାସ ପରିବେଶରେ ଉଦଯାପିତ ହୋଇଯାଇଛି 26 ତମ ବାଙ୍କୀ ମହୋତ୍ସବ ! ଶେଷ ସଂଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିବା ସମୟରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ! ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ବାଙ୍କୀ ର ତିନୋଟି ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ସମ୍ମାନୀତ ଅତିଥି ରୂପେ ଉପସ୍ଥିତ ରହିଥିଲେ ! ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମଞ୍ଚରେ ଉପସ୍ଥିତ ରହି ମହୋତ୍ସବର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ ! ବାଙ୍କୀ ମାଟିର ଐତିହ୍ୟ , ମା ଚର୍ଚ୍ଚିକାଙ୍କ ମାହାତ୍ମ୍ୟ ଏବଂ ବାଙ୍କୀ ମହୋତ୍ସବର ଗାରିମା ଉପରେ ଆଲୋକପାତ କରିଥିଲେ ନିମନ୍ତ୍ରିତ ଅତିଥି ! ପାଞ୍ଚ ଦିନ ଧରି ଆୟୋଜିତ ହୋଇଥିବା ମହୋତ୍ସବ ରେ ସବୁଠାରୁ ଆକର୍ଷଣୀୟ ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ! ଦେବୀଦତ୍ତ ବିଭୁତିରାୟ ଏବଂ ଅନନ୍ତ ରଣା ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ କୁ ବେଶ ଉପଭୋଗ କରିଥିଲେ ଦର୍ଶକ ! କୁମାରୋତ୍ସବର ଶେଷ ଦିନରେ ଭରପୁର ଜନ ସମାଗମ ହୋଇଥିବା ସମୟରେ ବାଙ୍କୀ ପ୍ରଶାସନ ଏବଂ ପୁଲିସ ସ୍ଥିତିକୁ ସଫଳତାର ସହ ନିୟନ୍ତ୍ରଣ କରିଥିଲେ !
ଆନନ୍ଦ ଉଲ୍ଲାସ ପରିବେଶରେ ଉଦଯାପିତ ହୋଇଯାଇଛି 26 ତମ ବାଙ୍କୀ ମହୋତ୍ସବ !!!

