କଳାକାର ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍ଳକର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ମା ଚର୍ଚ୍ଚିକା ପାଲା ମଣ୍ଡଳର ଆଜି ବାର୍ଷିକ ଉତ୍ସବ ପାଇଁ ସାହାଡ଼ାପଦାସ୍ଥିତ ମା ବ୍ରହ୍ମାଇ ପୀଠ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି |ଗାୟକ ଜ୍ଞାନଗୌରବ ଲଷ୍ମୀଧର ପଣ୍ଡାଙ୍କ ସଂଚାଳନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଗାୟକ ବିଦଗ୍ଧ ନିଶିକାନ୍ତ ପଣ୍ଡା ସଭାପତିତ୍ୱ କରିବା ସହିତ ସମ୍ପାଦକ ଗାୟକ ରୁଦ୍ରବଂଶୀ ଦିଲ୍ଲୀପ କୁମାର ମହାପାତ୍ର ବାର୍ଷିକ ଉତ୍ସବ ପାଇଁ ଥିବା କାର୍ଯ୍ୟକ୍ରମର ବିବରିଣୀ ପାଠ କରିଥିଲେ |ନିକଟରେ ମୃତ୍ୟୁ ବରଣ କରିଥିବା ପରିଷଦର ସଦସ୍ୟ ଏବଂ ବାଙ୍କୀ ଅଂଚଳର ସ୍ବର୍ଗତ ପଳାକାର ମାନଙ୍କ ପାଇଁ ଦୁଇ ମିନିଟି ନିରବ ପାର୍ଥନା କରାଯାଇଥିଲା |ଆସନ୍ତା ଡିସେମ୍ବର ମାସ 5 ଏବଂ 6 ତାତିଖ ଦୁଇଦିନ ଧରି ପାଥପୁର ଗ୍ରାମର ରାମମନ୍ଦିର ପ୍ରାଙ୍ଗଣରେ ବାର୍ଷିକ କଳାକାର ସମ୍ମିଳନୀ ହେବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା |ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ ବରିଷ୍ଠ ସଦସ୍ୟ ଗାୟକ ବିଭୁ ପ୍ରସାଦ ମିଶ୍ର | ଉକ୍ତ ପ୍ରସ୍ତୁତି ବୈଠକରେ ରୁଦ୍ର ନାରାୟଣ ନନ୍ଦ, ଲମ୍ବୋଦର ସ୍ବାଇଁ, ନିକୁଞ୍ଜ ବେହେରା, କୈଳାସ ପୃଷ୍ଟି, ହୃଦାନନ୍ଦ ସାହୁ, ବଟକୃଷ୍ଣ ସାହୁ,ସତ୍ୟଭାମା ସୁବୁଦ୍ଧି ପ୍ରମୁଖ ଉପସ୍ଥିତି ରହି ନିଜର ମତାମତ ରଖିଥିଲେ | ଶେଷରେ ପାଲା ଗାୟକ ତଥା ଯାତ୍ରାନାଟକ ନିର୍ଦ୍ଦେଶକ ଗୁରୁ ନିରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *