ପାରଳାଖେମୁଣ୍ଡିରେ ପବିତ୍ର ଅଁଳା ନବମୀ ଓ ରାଧାରାଣୀଙ୍କ ପାଦ ଦର୍ଶନ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ମନ୍ଦିରର ଅଁଳା ଗଛ ମୂଳରେ ଅଁଳା ନବମୀ ପାଳିତ। କାର୍ତ୍ତିକ ମାସ ଏକ ପବିତ୍ର ଓ ପୁଣ୍ୟର ମାସ । କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳିତ ହୋଇଥାଏ । ଏହି ଦିନ ମହିଳାମାନେ ସକାଳୁ ନଡ଼ିଆ, କଦଳୀ, ଗଜା ମୁଗ, ମଣ୍ଡା ପିଠା, ଅଁଳା ଫୁଲ ଫଳ ସହ ସିନ୍ଦୂର, ଲାଲ କପଡ଼ା, ଚୁଡି ପ୍ରଭୃତି ପୂଜା ଦ୍ରବ୍ଯ ଧରି ଅଁଳା ଗଛ ମୂଳରେ ପୂଜା କରିଥାନ୍ତି । ଏହି ଦିନ ଅଁଳା ଗଛ ମୂଳରେ ନିଜର ମନସ୍କାମନା ରଖି ସୌଭାଗ୍ୟବତୀର ଆଶୀର୍ବାଦ ନେଇ ମହିଳାମାନେ ଲାଲ କପଡ଼ାରେ ଗୁଆ ଅଁଳା ଚୁଡ଼ି ରଖି ଅଁଳା ଗଛରେ କପଡା ବାନ୍ଧିଥାନ୍ତି । ଏହି ପୂଜା କଲେ ସୌଭାଗ୍ୟବତୀର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଅଁଳା ଗଛ ପୂଜା ପରେ ମାଆ ରାଧାରାଣୀଙ୍କ ପାଦ ଦର୍ଶନ କରିଛନ୍ତି ମହିଳା । ମାଆ ରାଧାରାଣୀ ଓଡ଼ିଆଣି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଏହାର ଆଉ ଗୋଟିଏ ମାହାତ୍ମ୍ୟ ରହିଛି ଯେ ପ୍ରଭୁ ଜଗନ୍ନାଥ ଆଜି ଅଁଳାର ମାଳ ଧାରଣ କରିଥାନ୍ତି ।

Leave a Reply

Your email address will not be published. Required fields are marked *