ଫେଷ୍ଟିଭାଲ ଫାଉଣ୍ଡେସନ ଅଫ ଓଡିଶା ତରଫରୁ ବୋଇତ ବନ୍ଦାଣ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ହୋଇଛି କାଶୀନଗର. ‘ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ ଧ୍ୱନିରେ ମୁଖରିତ ହୋଇଛି ପରିବେଶ । ଏହି ପରିପ୍ରେକ୍ଷୀରେ ଫେଷ୍ଟିଭାଲ ଫୋୖଣ୍ଡସନ ଅଫ ଓଡିଶା, କାଶୀନଗର ଶାଖା ଆନୁକୂଲ୍ୟରେ କାଶୀନଗର ଠରେ ପ୍ରବାହିତ ହେଉଥିବା ପବିତ୍ର ବଂଶ ଧାରା ନଦୀ ତଟ ମଧ୍ୟରେ ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମ ପାଳନ ହୋଇଛି. ଏହି ଉତ୍ସହବରେ ମୁଖ୍ୟ ଅତୀଥି ଭାବେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ଉଦ୍ଘାଟନ କରି ଓଡିଶାର ଗୌରବ ମୟ ଐତିହ,ସାମୁଦ୍ରିକ ବାଣିଜ୍ୟ ଓ ସଂସ୍କୃତିକ ଅସ୍ମିତାର ପ୍ରତୀକ ହେଉଛି ଏହି ବୋଇତ ବନ୍ଦାଣ ଉତ୍ସବ ଯାହା କି ଜଳାଶୟ କୂଳରେ ସୁସଜ୍ଜିତ ଡ଼ଙ୍ଗା ଭାଷେଇବା ପରମ୍ପରା ଓଡ଼ିଆ ଜାତିର ଗୌରବ ମୟ ଅତୀତ କୁ ମନେ ପକେଇ ଦିଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ.ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହ ଫେଷ୍ଟିଭାଲ ଫୋୖଣ୍ଡାସନ ସଭାପତି ହୃଷିକେଶ ଗୌଡ଼, ସମ୍ପାଦକ ଚିତ୍ତ ରଞ୍ଜନ ପଟନାୟକ, ଉପଦେଷ୍ଟା ଶରତ ଚନ୍ଦ୍ର ସିଂ, କାଉନସିଲର କେ.ରାମାରାଓ, କାର୍ଯ୍ୟ କାରି ସଦସ୍ୟ ତଥା ମେଡ଼ିଆ କ୍ଲୁବ ସଭାପତି ଆନନ୍ଦ ପାତ୍ର, ସାମ୍ବାଦିକ ଅଜିତ କୁମାର ପଟନାୟକ, ଅବସର ପ୍ରାପ୍ତ ପ୍ରବନ୍ଧକ ସୁବାସ ବିଶ୍ୱାସରାୟ ତଥା ବହୁ ସ୍ଥାନୀୟ ମହିଳା ମାନେ ଉପସ୍ଥିତ ରହି ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ.

Leave a Reply

Your email address will not be published. Required fields are marked *