ଡିଏସପି ସତ୍ୟଜିତ ଦାଶଙ୍କୁ ସରସ୍ୱତୀ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ଥାନା ଆଇଆଇସି ଶ୍ରୀଯୁକ୍ତ ସତ୍ୟଜିତ ଦାଶ ପଦୋର୍ଣ୍ଣତି ପାଇ ଡିଏସପି ପଦବୀରେ ଅନ୍ୟତ୍ର ବଦଳି ହୋଇ ଯାଉଥିବା ଅବସରେ ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ୱତୀ କଳା ପରିଷଦ ପକ୍ଷରୁ ସେ ମହାଶୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପରିଷଦ ପକ୍ଷରୁ ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, କଣ୍ଠଶିଳ୍ପୀ ଇଂ.ଅମୀୟ ପଟ୍ଟନାୟକ, ଇଂ.ବିଶ୍ୱଜିତ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଥାନାରେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାସ୍କ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିଛନ୍ତି । ଏହି ସମ୍ବର୍ଦ୍ଧନା ପର୍ଵରେ ଅତିରିକ୍ତ ଥାନା ଅଧିକାରିଣୀ ଅର୍ପିତା ଖଟୁଆ,ଏସ୍ ଆଇ ରାଧାକାନ୍ତ ସେଠୀ, ଏସଆଇ ସଦାଶିବ ପଣ୍ଡା, ଶଶିକାନ୍ତ ବେହେରା, ଭାବଗ୍ରାହୀ ମହାପାତ୍ର, ସାରଦା ପ୍ରସନ୍ନ ସାହୁ, ସଦାନନ୍ଦ ରାଉତ ଏବଂ ଥାନାର ବହୁ କର୍ମଚାରୀ ଉପସ୍ଥିତଥିଲେ । ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ଦାଶ ପୂର୍ବରୁ କନ୍ଦରପୁର ଥାନାରେ ଦୀର୍ଘଦିନ ଆଇଆଇସି ପଦବୀରେ କାର୍ଯ୍ୟ କରି କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟ କରିବାସହ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବେ ସର୍ବଜନ ବିଦିତ ହୋଇ ବହୁ ଜନହିତକର କାର୍ଯ୍ୟ, ସାହିତ୍ୟ ସଂସ୍କୃତି ସେଵା, କମିଶନରେଟ ପୋଲିସ କଟକ ଭୁବନେଶ୍ୱର ରକ୍ତଦାନ ମହାସେବା ଆଦି ବହୁବିଧ ସେବାକାର୍ଯ୍ୟକୁ ସୁଦୂର ପ୍ରସାରି କରାଇ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି ।

Leave a Reply

Your email address will not be published. Required fields are marked *