ବିଶେଷ ପୂଜାର୍ଚ୍ଚନା ସହ ରଥକାଠ ଅନୁକୂଳ !

0
216

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପବିତ୍ର ଅକ୍ଷି ତୃତୀୟ ଉପଲକ୍ଷେ ଢେଙ୍କାନାଳର ରଥଗଡା ଠାରେ ରଥକାଠ ଅନୁକୂଳ କରାଯାଇଛି । ଢେଙ୍କାନାଳର ପରମ ଆରାଧ୍ୟ ପ୍ରଭୁ ସିଦ୍ଧ ବଳଦେବଜୀଉ ଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ସରିବା ପରେ ଆଜ୍ଞାମାଳ ଅଣାଯାଇ ରଥଗଡା ଠାରେ ଥିବା ରଥଖଳା ରେ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ କରାଯାଇଥିଲା । ଦେବୋତ୍ତର ବିଭାଗର ନିରୀକ୍ଷକ ଅଜୟ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମନ୍ଦିରର ପୂଜାପଣ୍ଡା ଶ୍ରୀବତ୍ସ ମିଶ୍ର ଙ୍କ ସମେତ ଶମ୍ଭୁନାଥ ମହାପାତ୍ର ଯଥାବିଧି ପୂଜାକର୍ଯ୍ୟ କରି ରଥକାଠକୁ ପୂଜା କରିଥିଲେ । ଏହାପରେ ବିଶ୍ୱକର୍ମା ଅଶୋକ ମହାପାତ୍ର ରଥକାଠକୁ ମାପଚୁପ କରିସାରି କାଠକୁ ହାଣି ଅନୁକୂଳ କରିଥିଲେ । ବିଶ୍ୱକର୍ମାଙ୍କ ମତରେ ଏହା ତାଙ୍କର ପୂର୍ବପୁରୁଷ କାଳରୁ କରିଆସୁଛନ୍ତି ।ଏହି ପବିତ୍ର କାମ ତଥା ଭଗବାନ ଙ୍କର ସେବା କରି ସେ ନିଜକୁ ଧନ୍ୟ ମଣୁଛନ୍ତି ବୋଲି ବିଶ୍ୱକର୍ମା ଅଶୋକ ମହାପାତ୍ର ଭାବବିହ୍ଵଳ ହୋଇ ମତ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here