ଚାପ ଖେଳିଲେ ମଦନମୋହନ

0
268

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ଏକୋଇଶି ଦିନ ବ୍ୟାପି ଚନ୍ଦନ ଯାତ୍ରା । ଅପରାହ୍ନ ସମୟରେ ମଦନମୋହନ ପାଲିଙ୍କି, ଛତ୍ର ଛତ୍ରୀ ,ଚାମର ସେବା ସହ ବିରାଟ ପଟୁଆର ରେ ବଳଦେବଜୀଉ ମନ୍ଦିରରୁ ବାହାରି ନୂଆପୋଖରୀ (ଭାଗୀରଥି ସାଗର) ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ପହଁଚିଲା ପରେ ପ୍ରଥମ ଚାପ ଅନୁଷ୍ଠିତ ହୋଇଥିଲା । ଚାପ ଖେଳିବା ପରେ ଠାକୁରଙ୍କୁ ଅଗୁରୁ ଜଳରେ ସ୍ନାନ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯିବା ସହ ମଦନମୋହନଙ୍କ ପୂଜା ବିଧି ହୋଇଥିଲା । ପରିଶେଷରେ ଦ୍ୱିତୀୟ ଚାପ ଅନୁଷ୍ଠିତ ହୋଇ ମଙ୍ଗଳାର୍ପଣ ପୂଜା କରାଯାଇଥିଲା । ପୂଜାପଣ୍ଡା ମଳୟ କର ଙ୍କ ଦ୍ଵାରା ସମସ୍ତ ପୂଜାବିଦ୍ଧି ଅନୁଷ୍ଠିତ ହୋଇଥିଲା । ପୂଜାପଣ୍ଡାଙ୍କୁ ସହଯୋଗ କରିଥିଲେ ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର । ଏହାକୁ ପ୍ରତ୍ୟେକ୍ଷ ଭାବରେ ତତ୍ୱବାଧାନ କରିଥିଲେ ଦେବୋତ୍ତର ନିରୀକ୍ଷକ ଅଜୟ କୁମାର ରାଉତ ।

LEAVE A REPLY

Please enter your comment!
Please enter your name here