ମହାମାରୀ ଭୟ ହଜାଇ ଦେଉଛି ମାନବିକତା : ଦଶ ଘଣ୍ଟା ପଡ଼ିରହିଲା ମହିଳାଙ୍କ ଶବ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : କରୋନା ସନ୍ଦେହ ରେ 10 ଘଣ୍ଟାରୁ ଅଧିକ ସମୟ ଧରି ପଡିରହିଲା ମହିଳା ଙ୍କ ମୃତଦେହ . ଅନୁଗୁଳ ଜିଲ୍ଲା ତୁବେ ଗ୍ରାମ ର କୀର ବେହେରା (70) ନାମକ ନିରାଶ୍ରୟା ମହିଳାଙ୍କ ମୃତ୍ୟୁ ହେବା ପରେ କରୋନା ସଂକ୍ରମଣ ଭୟରେ କେହିବି ଶବକୁ ଛୁଇଁଲେ ନାହିଁ . ତାଙ୍କର କେହିବି ଆତ୍ମୀୟ ନଥିବାରୁ ପୁନଶ୍ଚ ମହାମାରୀ ସଂକ୍ରମଣ ଭୟରେ ଗ୍ରାମର କୌଣସି ବ୍ୟକ୍ତି ଶବ ସତ୍କାର ପାଇଁ ଇଛା ପ୍ରକାଶ କଲେନାହିଁ . ଗ୍ରାମର ପୂର୍ବତନ ସରପଞ୍ଚ ଅନିଲ ପ୍ରଧାନ ଏ ସମ୍ପର୍କରେ ସାମାଜିକ କର୍ମୀ ଚିନ୍ମୟୀ କିନ୍ନରଙ୍କୁ ଫୋନ କରି ଜଣାଇଥିଲେ . ଘଟଣା ସମ୍ପର୍କରେ ଶୁଣି ତୁରନ୍ତ ସେଠାରେ ପହଞ୍ଚିଥିଲେ ଚିନ୍ମୟୀ , ବୟସ୍କା ମହିଳାଙ୍କ ମୃତଦେହ ଦିନ ଦଶ ଟାରୁ ପଡି ରହିଥିଲା . ତେବେ ଗ୍ରାମର ଆଉ ଦୁଇ ଜଣ ଯୁବକ ଏବଂ ସମାଜସେବୀ ଚିନ୍ମୟୀ ଦାସ ମିଶି PPE କିଟ ପିନ୍ଧି ମୃତା ମହିଳାଙ୍କର ସମ୍ମାନ ର ଅନ୍ତିମ ସଂସ୍କାର କରିଥିଲେ .

Leave a Reply

Your email address will not be published. Required fields are marked *