ସ୍କର୍ପିଓ ଧକ୍କାରେ ଜଣଙ୍କ ମୃତ୍ୟୁ : କ୍ଷତି ପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ଥାନା ଖମନପଡ଼ା ୫୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ବଡ଼ାକୁନ୍ଦେଲି ଗ୍ରାମର ଉଜ୍ୱଳ ସିଂ ବୋଲି ଜଣାପଡ଼ିଛି । ସେପଟେ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଛି । କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର ବୁଡ଼ାକୁନ୍ଦେଲି ଗ୍ରାମର ଉଜ୍ଜଳସିଂ ନାମକ ଜଣେ ବ୍ୟକ୍ତି ନିଜ ଗାଁ ରୁ ଶଶୁର ଘର ଖମନପଡା ଯାଉଥିବା ସମୟରେ ଖମନପଡା ଛକ ରାସ୍ତା କଡ଼ରେ ମୋଟର ସାଇକେଲ ରଖି ବସିଥିବା ବେଳେ ଏକ ଧଳା ରଙ୍ଗର ସ୍କର୍ପିଓ ଦ୍ରୁତ ବେଗରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତା ମଝିକୁ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳ ରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକେ ତୁମୁଡ଼ିବନ୍ଧ-କଳାହାଣ୍ଡି ୫୯ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ମାଲବାହୀ ଟ୍ରକ୍‌ ସମେତ ଏକାଧିକ କାର ଅଟକି ରହିଥିବାବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଥାନା ଅଧିକାରୀ ଓ ତହସିଲଦାର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

Leave a Reply

Your email address will not be published. Required fields are marked *