ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଓଡିଶା ପ୍ରଗତି ଦଳ ତରଫରୁ ଢେଙ୍କାନାଳ ପ୍ୟାଲେସ ନିକଟବର୍ତ୍ତୀ ଇଲେକ୍ଟ୍ରି ଅଫିସକୁ ଘେରାଉ କରାଯାଇଥିଲା । ଢେଙ୍କାନାଳ ରେ ବାତ୍ୟା ୟସ ର କୌଣସି ପ୍ରଭାବ ପଡ଼ି ନଥିଲେ ମଧ୍ୟ ବିନା କାରଣରେ ଗତକାଲି ସକାଳ 10ଟା ରୁ ରାତି 7ଟା ପଯ୍ୟନ୍ତ ବିଦ୍ୟୁତ କାଟ କରାଯାଇଥିଲା ।

ଏହା ବ୍ୟତୀତ ବର୍ଷର ଅନ୍ୟ ସମୟରେ ମଧ୍ୟ ସହର ମଧ୍ୟରେ ଅଘୋଷିତ ଭାବେ ବାରମ୍ବାର ବିଦ୍ୟୁତ କାଟ କରାଯାଉଛି । ଏଥିନେଇ ଫିଉଜ କନେକ୍ସନ ବିଭାଗକୁ ଫୋନ କଲେ ସେମାନେ ଫୋନ କୁ ନ ଉଠାଇବା ସହ ରିସିଭର କୁ ଉଠାଇ ରଖି ଦେଉଛନ୍ତି , ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି । ଜେଇ ଓ ଏସଡିଓ ଙ୍କୁ ଏ ସମ୍ବନ୍ଧୀୟ କଲ କଲେ ସେ ଏହାକୁ ଅଣଦେଖା କରିବା ସହ ଫୋନ କୁ ଉଠାଉ ନାହାନ୍ତି । ଏହି ସମସ୍ତ ଘଟଣାକୁ ଓଡିଶା ପ୍ରଗତି ଦଳ ନିନ୍ଦା କରିବା ସହ ଆଜି ଇଲେକ୍ଟ୍ରି ଅଫିସ ଘେରାଉ କରିଥିଲେ । ଆଜିର ଏହି ପ୍ରତିବାଦ ରେ ଦଳର ରାଜ୍ୟ ସମ୍ପାଦକ ନୁରୂଲ ଇସଲାମ, କାର୍ଯ୍ୟକାରୀ ସଭାପତି ଗିରିଜା ପ୍ରସାଦ ମହାନ୍ତି, ଜିଲ୍ଲା ସଭାପତି ପ୍ରତାପ କୁମାର ପଣ୍ଡା ଙ୍କ ସମେତ ଅନ୍ୟ କର୍ମୀମାନେ ଯୋଗ ଦେଇଥିଲେ ।