ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ସ୍ଥିତ ଭାଗିରଥି ସାଗର ଠାରେ ମଦନମୋହନଙ୍କ ଭଉଁରୀ ଉତ୍ସବ ପାଳିତ ହୋଇ ଯାଇଛି । ଜଗମୋହନଙ୍କ ୫ ଟି ବେଶ ମଧ୍ୟରୁ ଶେଷ ନଟବର ବେଶ ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁଯାୟୀ ଭଗବାନ ପ୍ରଭୁ ଜଗନ୍ନାଥ , ବସ୍ତ୍ରହରଣ ବେଶ, ଗିରି ଗୋବର୍ଦ୍ଧନ ବେଶ, କାଳୀୟ ଦଳନ ଏବଂ ନଟବର ବେଶ କରାଯାଇଥିଲା । ମଦନମୋହନଙ୍କ ର ଏହି ୫ ଟି ବେଶ ଫୁଲ ଦ୍ୱାରା ସଜା ଯାଇଥିବା ବେଳେ ବିଭିନ୍ନ ଫଳ ଲାଗି ପ୍ରସାଦ କରାଯାଇଥିଲା । ଭଗବାନ ମଦନମୋହନଙ୍କୁ 21 ଘେରା ଭଉଁରୀ କରାଯାଇଥିଲା । ପୂଜାପଣ୍ଡା ଭାଗିରଥି ପୂଜାପଣ୍ଡା, ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କହଳିଆ ଟିକାନ ବେହେରା ପ୍ରମୁଖ ମଦନମୋହନଙ୍କ ପୂଜା ବିଧି ସମାପନ କରିଥିଲେ । ପୂଜାବିଧି ଅନୁସାରେ ମଦନମୋହନଙ୍କ ହଳଦୀ ଖେଳ ଅନୁଷ୍ଠିତ ହେବ । ସମ୍ପ୍ରତ୍ତି ମହାମାରୀ କଟକଣା କାରଣରୁ ସମସ୍ତ ନୀତିକାନ୍ତି ଏବଂ ପୂଜା ବିଧି ଗାଇଡ଼ ଲାଇନ ପାଳନ କରି କରାଯାଉଅଛି .