ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାର୍ଡ ପକ୍ଷରୁ ସାମ୍ବାଦିକ ଓ ହକରଙ୍କୁ କରୋନା ସୁରକ୍ଷା କିଟ ପ୍ରଦାନ !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ଗଣମାଧ୍ୟମ ପ୍ରତିନିଧି ଓ ହକର ମାନଙ୍କୁ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାର୍ଡ ପକ୍ଷରୁ କରୋନା କୀଟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ କୌଶିକ ମାଝୀ ଉପସ୍ଥିତ ରହି ସାମ୍ବାଦିକ ଓ ହକରଙ୍କୁ କରୋନା କୀଟ ପ୍ରଦାନ କରିବା ସହ ଏହି କରୋନା ମହାମାରୀ ସମୟରେ ଏହି କିଟି ସମସ୍ତଙ୍କ ଉପକାର କରୁ ବୋଲି ମଙ୍ଗଳ କାମନା କରିଥିଲେ । ଏହି ମହତ କାର୍ଯ୍ୟ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାର୍ଡ ର ସମ୍ପାଦକ ଆଶୁତୋଷ ସାହୁ ଓ କାର୍ଯ୍ୟକ୍ରମକୁ ସହଯୋଗ କରୁଥିବା ସାମ୍ବାଦିକ ତଥା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ କୁମାର ଦାସଙ୍କୁ ଦାରିଙ୍ଗବାଡ଼ି ପ୍ରେସ କ୍ଳବ ସଭାପତି ପ୍ରେମଚାନ୍ଦ ସିଂ, ସଂପାଦକ ଅଶ୍ୱିନୀ କୁମାର ମନ୍ତ୍ରୀ ସହିତ ଅନ୍ୟ ସଦସ୍ୟ ରାକେଶ କୁମାର ସାହୁ, ତରଣୀ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ଲାଷ୍ମୀକାନ୍ତ ରାଜଗୁରୁ, ମାଧବ ପାଇକ, ଅକେଶ୍ୱର ମାଝୀ ପ୍ରମୁଖ ସାଧୁବାଦ ଜଣାଇବା ସହ ଏହିଭଳି ସମୟରେ ଉତ୍ତମ ସ୍ଵାସ୍ଥ୍ୟରେ ରହି ଅନ୍ୟମାନଙ୍କର ଉପକାର କରିବାକୁ ଆହ୍ଵାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *