ଢେଙ୍କାନାଳ ଜୟଗୋପାଳ ସାହିରେ ଶନିଦେଵ ମହାପ୍ରଭୁଙ୍କର ବିଗ୍ରହ ପତିଷ୍ଠା !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ରୀତିନୀତି ପରମ୍ପରା ଅନୁଯାୟୀ ଶନିଦେଵଙ୍କର ବିଗ୍ରହ ସ୍ଥାପନ . ଢେଙ୍କାନାଳ ଜୟଗୋପାଳ ସାହିରେ ଶନିଦେଵ ମହାପ୍ରଭୁଙ୍କର ବିଗ୍ରହ ପତିଷ୍ଠା ହୋଇ ଯାଇଛି । ଅଞ୍ଚଳବାସୀଙ୍କ ମତାନୁସାରେ ଗୋପାଳସାଗର ପୋଖରୀ କୂଳରେ ଦୀର୍ଘ 30 / 40 ବର୍ଷ ହେଲା ବଟବୃକ୍ଷ ମୂଳେ ପୂଜା ପାଇ ଆସୁଥିବା ଶନିଦେଵଙ୍କ ପାଇଁ ଅଞ୍ଚଳ ବାସୀଙ୍କ ସହଯୋଗରେ ଏକ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଗତ 10 ତାରିଖରୁ କଳସ ସ୍ଥାପନ କରାଯାଇ ଆଜି ପର୍ଯ୍ୟନ୍ତ ଅଙ୍କୁରାରୋପଣ ପୂଜା, ଦ୍ୱାରପାଳ ପୂଜା, ନବଗ୍ରହ ପୂଜା, ସୂର୍ଯ୍ୟ ପୂଜା, ଗୋପୂଜା ଓ ବିଭିନ୍ନ ବିଗ୍ରହ ମାନଙ୍କର ପୂଜାର୍ଚ୍ଚନା କରାଯାଇଥିଲା .

ମୁଖ୍ୟ ପୂଜକ ରୁଦ୍ର ନାରାୟଣ କବି ଶତପଥୀ ଏବଂ ପୂଜକ ଭରତ ଭୂଷଣ ରଥ ଓ ମଳୟ କର ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ । ଆଜି ଶନିମହରାଜ ଙ୍କର ପୂଜାରେ ପୂର୍ଣ୍ଣାହୁତି ଦେବା ସହ ନଗର ପରିକ୍ରମା କରାଯାଇଥିଲା । ପୂଜାରେ କର୍ତ୍ତା ରୂପେ ଅଜୟ କୁମାର ସାହୁ ଓ ତାଙ୍କର ଧର୍ମ ପତ୍ନୀ ଡ଼ଲି ସାହୁ ବସିଥିଲେ । ଏହି ପୂଜା କାର୍ଯ୍ୟରେ ସ୍ଥାନୀୟ ଅଂଚଳର ଜଳଧର ଓଝା, ବ୍ରହ୍ମାନନ୍ଦ ସାହୁ, ସଞ୍ଜୟ ବେହେରା, ସୋନୁରାମ ସିଂଘ, ପ୍ରଶାନ୍ତ ଦାଶ, ଦୀପକ ଖୁଣ୍ଟିଆ, ପ୍ରକାଶ ମହାରଣା, ବିଷ୍ଣୁ ବେହେରା, ସୌମ୍ୟ ରଞ୍ଜନ ରାଉତ, ଅବିନାଶ ଦାସ, ସଂଗ୍ରାମ ବେହେରାଙ୍କ ସମେତ ସମସ୍ତ ଅଂଚଳବାସୀ ସହଯୋଗ କରିବା ସହ ଭଗବାନଙ୍କର ଆଶ୍ରିବାଦ ପ୍ରାପ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *