ସ୍ୱାମୀର ଚିକିତ୍ସା ପାଇଁ ନେହୁରା ହୋଇ ଅନୁରୋଧ କଲେ ସ୍ତ୍ରୀ !!!

0
748

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ବ୍ଲକ ଭାଟସାହି ପଞ୍ଚାୟତ ର ବତିଶି ବର୍ଷିୟ ଯୁବକ ପବିତ୍ର ବେହେରା । ସ୍ତ୍ରୀ ଓ ବାରବର୍ଷର ଝିଅ କୁ ନେଇ ପରିବାର । ରାଜମିସ୍ତ୍ରୀ କାର୍ଯ୍ୟ କରି ହସଖୁସିରେ ଚଳୁଥିଲା ପରିବାର । ହଠାତ୍ ପରିବାର ଉପରେ ମାଡି ଆସିଲା ବିପଦ । ଛାରଖାର ହୋଇଗଲା ପରିବାର । ଆଠବର୍ଷ ତଳେ ପବିତ୍ର ଙ୍କର ଦେହ ଖରାପ ହେଲା ପରେ ଡାକ୍ତର କହିଲେ କିଡନୀ ଖରାପ ହୋଇଯାଇଛି । ସଞ୍ଚୟ କରି ରଖିଥିବା କିଛି ଅର୍ଥ ଏବଂ ବନ୍ଧୁବାନ୍ଧବ ଓ ସାଇପଡିଶା ଙ୍କ ଠାରୁ ଧାର କରଜ କରି କଟକ ମେଡିକାଲ ରେ ଦେହ ଦେଖାଇ ମେଡିସିନ ଖାଇ ଆସୁଥିଲେ । ହେଲେ ଏ ଭିତରେ ସାରି ଗଲାଣି ସଂଚିତ ଅର୍ଥ , ଟଙ୍କା ଧାର ଆଣିବା ପାଇଁ ବି ଘରେ ଆଉ କିଛି ସୁନାଗହଣା ବି ନାହିଁ । ଧାରକରଜ ବି ଆଉ ମିଳୁନାହିଁ ।

ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଗୁହାରି କରିଛନ୍ତି କିନ୍ତୁ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ଠାରୁ କୈାଣସି ସାହାଯ୍ୟ ସହଯୋଗ ପାଇପାରି ନାହାନ୍ତି । ଜିଲ୍ଲା ପ୍ରଶାସନ ପବିତ୍ର ଙ୍କର ଦୁଃଖ ବୁଝି ତାଙ୍କୁ ସହଯୋଗ କରିବାପାଇଁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି । ଏପରିକି ପରିବାର ଲୋକେ ଓଳିଏ ଖାଇଲେ ଓଳିଏ ଉପବାସରେ ରହୁଛନ୍ତି । ଏମାନେ ଏମିତି ଶ୍ରେଣୀ ର ଲୋକ ଯାହା ପାଖରେ ଆଜିର ସମୟରେ ଫୋନ ଟିଏ ବି ନାହିଁ । ତେବେ ବିନା ସାହାଯ୍ୟରେ ଆଉ ଚିକିତ୍ସା କରିବା ସମ୍ଭବ ହେଉନାହିଁ . ପବିତ୍ର ଙ୍କ ଚିକିତ୍ସା ପାଇଁ ସହଯୋଗ କରିବାପାଇଁ ପବିତ୍ର ଙ୍କ ସ୍ତ୍ରୀ ସୁମା ବେହେରା ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here