କରୋନା ସମୟରେ ସ୍ୱାସ୍ଥ୍ୟ ସେବା ନେଇ ଉତ୍କଳ ବିକାଶ ପରିଷଦର ବୈଠକ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ଆନୁକୂଲ୍ୟରେ କରୋନା ସମୟରେ ଯୋଗ ଓ ଆୟୁର୍ବେଦର ଭୂମିକା ସମ୍ପର୍କରେ ଅନଲାଇନ ଆଲୋଚନା ଚକ୍ର ପତଞ୍ଜଳୀ କିଶାନ ସେଵା ସମିତି ଓଡ଼ିଶା ରାଜ୍ୟ ପ୍ରଭାରୀ ଡାକ୍ତର ସୋୟନ ପ୍ରକାଶ ଦ୍ୱେତକ ରଂଜନ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି . ଶାରିରୀକ ଓ ମାନସିକ ସୁସ୍ଥତା ଉପରେ ଯୋଗ ଏବଂ ଆୟୁର୍ବେଦର ଭୂମିକା, କରୋନା ରୋଗର ଲକ୍ଷଣ, ସୁରକ୍ଷିତ ରହିବାର ନିୟମାବଳୀ, ଉପଯୁକ୍ତ ଖାଦ୍ୟପେୟ, ସତର୍କତା, ବ୍ୟାୟାମ, କରଣୀୟ ଅକରଣୀୟ, କରୋନା ସଚେତନତା, କରୋନା ସମୟରେ ରୋଗୀ ସେଵା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବା ବେଳେ ବହୁ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରି ଆଲୋଚନାକୁ ସଫଳ କରିବା ସହ ଗ୍ରାମାଞ୍ଚଳରେ ସାଧାରଣ ଜନତାଙ୍କ ପାଖରେ ସଚେତନତାର ମହନୀୟ ବାର୍ତ୍ତା ପ୍ରଚାର କରି ଚାଲିଛନ୍ତି ।

Leave a Reply

Your email address will not be published. Required fields are marked *