ଆୱାଜ ମିଡ଼ିଆ ( କେନ୍ଦ୍ରାପଡା ବ୍ୟୁରୋ ) – ପ୍ରଫୁଲ୍ଲ ମଲ୍ଲ : ଜଣେ ନବବିବାହିତା ମହିଳା ପ୍ରତାରିତ ହୋଇ ଥାନାର ଦ୍ବାରସ୍ତ ହେବା ପରେ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଭଗବାନପୁର ଗାଁରେ । ଭଗବାନପୁର ଗାଁର ଗୁରୁଚରଣ ବେହେରାଙ୍କ ଝିଅ ଶୁଭଦର୍ଶିନୀ ବେହେରା । କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଭରତପୁର ଗାଁର ଦେବରାଜ ବେହେରାଙ୍କ ମଧ୍ୟରେ ଦୀର୍ଘ ୨ ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦେବରାଜ ଏବଂ ଶୁଭଦର୍ଶିନୀ ୧ ବର୍ଷ ତଳୁ ଘରୁ ପଳେଇ ଯାଇ ଏକ ମନ୍ଦିର ରେ ବିବାହ କରି ମଧ୍ୟପ୍ରଦେଶର ଇନ୍ଦୋର ଅଞ୍ଚଳରେ ରେ ରହୁଥିଲେ । କରୋନା ପାଇଁ ଓଡ଼ିଶା ଫେରି ଆସିବା ପରେ ଭରତପୁର କୋରେଣ୍ଟାଇନ ସେଣ୍ଟରରେ ରହିଥିଲେ । କୋରେଣ୍ଟାଇନ ସେଣ୍ଟରରୁ ବାହାରିବା ପରେ ଗାଡ଼ି ଆଣିଆସିବା ବାହାନା କରି ଦେବରାଜ ସେଠାରୁ ଖସି ପଳେଇଥିଲେ । ଅପେକ୍ଷା କରି ନ ଫେରିବାରୁ ଶୁଭଦର୍ଶିନୀ ଦେବରାଜ ଙ୍କ ଘରକୁ ଯାଇଥିଲେ । ସେଠାରେ ଦେବରାଜଙ୍କ ପରିବାର ଲୋକେ ମିଳିମିଶି ଶୁଭଦର୍ଶିନୀ ଙ୍କୁ ମାଡ଼ମାରି ଘରୁ ବାହାର କରିଦେଇଥିବା ନେଇ ଶୁଭଦର୍ଶିନୀ କେନ୍ଦ୍ରାପଡା ସଦରଥାନା ରେ ଅଭିଯୋଗ କରିଛନ୍ତି । ଶୁଭଦର୍ଶିନୀଙ୍କ ବାପା ଓ ମାଆ ଉଭୟ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ଶୁଭଦର୍ଶିନୀ ଏବେ ୬ ମାସର ଗର୍ଭବତୀ ।ଏନେଇ ଅଭିଯୋଗ କରିବାର ୨୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୈଣସି କାର୍ଯାନୁଷ୍ଠାନ ଗ୍ରହଣ କରିନାହିଁ