କଟକ (ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : ଦୀର୍ଘ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ଡ୍ରେନରେ ପଡିଥିବା ଗାଈକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ . ସକାଳ ସମୟରେ କଟକର ଦୋଳମୁଣ୍ଡାଇ ଅଞ୍ଚଳରେ ଥିବା ଆକବରୀ ହୋଟେଲ ନିକଟରେ ଏକ ଗାଈ ଛୋଟ ଡ୍ରେନରେ ପଡିଯାଇଥିଲା। ଡ୍ରେନଟିର ଓସାର କମ ଥିବା କାରଣରୁ ଗାଈକୁ ଡ୍ରେନ୍ ରୁ କାଢ଼ିବ ଥିଲା କଷ୍ଟସାଧ୍ୟ . ଖବର ଜାଣିବାପରେ ସ୍ଥାନୀୟ ଅଞ୍ଚଳର ଥିବା କର୍ପୋରେଟର ରଂଜନ କୁମାର ବିଶ୍ବାଳ ସେଠାରେ ପହଞ୍ଚି ପ୍ରଥମେ ଫାୟାର ଅଫିସକୁ ଫୋନ କରିବା ସହ ମହାନଗର ନିଗମକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ଫାୟାର କର୍ମଚାରୀ ଓ ମହାନଗର ନିଗମର ମିଳିତ ଉଦ୍ୟମରେ ଦୀର୍ଘ ତିନି ଘଣ୍ଟାର ଅପରେସନ ପରେ ଗାଈଟି ସୁରକ୍ଷିତ ଭାବେ ଛୋଟ ଡ୍ରେନରୁ ଉଦ୍ଧାର କରାଯାଇଅଛି।