କରୋନା ଫେରାଇଲା ପୁରୁଣା ଠିକଣା !!!

0
395

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହାମାରୀ କରୋନା ର ବିପତ୍ତି କାହା ପାଇଁ କଣ ପରିବର୍ତ୍ତନ ଆଣିଛି ତାହା ତ ସମୟ କହିବ , ହେଲେ ଜଗପତି କାର୍ଜୀଙ୍କୁ କରୋନା ଫେରେଇଛି ନିଜର ପୁରୁଣା ଠିକଣା . ଜଗପତି କାର୍ଜୀ ଯିଏକି ଚାଳିଶି ବର୍ଷତଳେ ପେଟପାଇଁ ଗ୍ରାମର ଅନ୍ୟ ତିନି ଜଣ ବନ୍ଧୁଙ୍କ ସହିତ କାମ କରିବାକୁ ଅରୁଣାଞ୍ଚଳ ପ୍ରଦେଶ ଯାଇଥିଲେ . କିନ୍ତୁ କିଛି ଦିନ କାର୍ଯ୍ୟ କରିବା ପରେ କୌଣସି କାରଣ ବଶତଃ କାର୍ଯ୍ୟ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଥିଲା . ଜଗପତିଙ୍କର ତିନି ବନ୍ଧୁ ଅରୁଣାଞ୍ଚଳ ପ୍ରଦେଶରୁ ଫେରି ଆସିଲେ କିନ୍ତୁ ଜଗପତି କାର୍ଜୀ ଆସିଲେ ନାହି . ଜଗପତି କାର୍ଜୀଙ୍କ ପ୍ରକୃତ ନାମ ଦୟା ଭୂୟାଁ ଯିଏକି ସ୍ବର୍ଗତ ମାଗତା ଭୂୟାଁଙ୍କର ପ୍ରଥମ ପୁଅ ଏବଂ ଘର ହେଉଛି ଗଜପତି ଜିଲ୍ଲା ତାଳମୁଣ୍ଡା ପଞ୍ଚାୟତର ଆବାରସିଂ ଗ୍ରାମରେ . ରାୟଗଡ ପଞ୍ଚାୟତ ସମିତିରେ ଅବସ୍ଥିତ। ଜଗପତିଙ୍କ ବାପା ମାଆ ବର୍ତ୍ତମାନ ନାହାଁନ୍ତି। କିନ୍ତୁ ତାଙ୍କର ଭାଇ ସୁକୁ ଭୂୟାଁ ଓ ଭଉଣୀ ମଙ୍ଗଳୁ ଭୂୟାଁ ଆବାର ସିଂ ଗ୍ରାମରେ ବସବାସ କରନ୍ତି। କିନ୍ତୁ ଜଗପତି ବର୍ତ୍ତମାନ ଅରୁଣାଞ୍ଚଳ ପ୍ରଦେଶର ଲୱେର ସୁବନସିନୀ ଜିଲ୍ଲାର ଜିରୋ ମାର୍କେଟ ଅଞ୍ଚଳରେ ଥିବା ଜଙ୍ଗଲରେ ଏକାକୀ ବାସ କରନ୍ତି। ଏହି ଲକ ଡାଉନ ସମୟରେ ଏବଂ ବୃଦ୍ଧାଵସ୍ଥା ଯୋଗୁଁ ଜଗପତି ଙ୍କୁ ସେଠାକାର ଜଣେ ଶିକ୍ଷକ ରୁଗୁ ଆମ୍ମା ନିୟମିତ ଖାଇବାକୁ ଦେବାସମୟରେ ଜାଣିବାକୁ ପାଇଲେ ଜଗପତିଙ୍କ ଅସଲି ପରିଚୟ। ଆଉ ତାପରେ ଶିକ୍ଷକ ଜଣକ ତାକୁ ଭିଡିଓ ବନାଇ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ। ସେଥିରେ ଶିକ୍ଷକ କହିବା ଅନୁଯାୟୀ ଜଗପତି ଜଙ୍ଗଲରୁ କାଠ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉ ଥିଲେ। ଜଙ୍ଗଲରେ କାଠରେ ନିର୍ମିତ ଏକ ଘର କରି ରହୁଥିଲେ ସେଠାରେ ଥିବା ପ୍ରକୃତି ଜଙ୍ଗଲ ପାହାଡ଼ ଝରଣାକୁ ସେ ଭଲପାଉ ଥିଲେ। ସେହି ଭିଡିଓ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ସହ ପୂର୍ବତନ ଗଜପତି ଏସପି ସାରା ଶର୍ମା ତାଙ୍କ JnuAlumni group ମାଧ୍ୟମରେ ଖବର ପାଇ ଗଜପତି ପ୍ରଶାସନକୁ ସୂଚନା ଦେଇଥିଲେ। ତାପରେ ଗଜପତି ଜିଲ୍ଲା ପାଳ ଅନୁପମ ସାହାଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ସହ ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳଙ୍କ ମାଧ୍ୟମରେ ଜଗପତି କାର୍ଜୀଙ୍କ ଠିକଣା ଓ ତାଙ୍କର ଘର ଚିହ୍ନଟ କରାଯାଇ ଥିଲା। ବର୍ତ୍ତମାନ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜଗପତିଙ୍କୁ ଗଜପତି ଫେରାଇ ଆଣିବା ପାଇଁ ଜିଲ୍ଲା ସହ ଶ୍ରମ ଅଧିକାରୀ ଏବଂ ଜଗପତିଙ୍କର ପୁତୁରା ମୁକନ୍ଦି ଭୂୟାଁ ରବିବାର ଦିନ ଅରୁଣାଞ୍ଚଳ ପ୍ରଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ କହିବା ଅନୁସାରେ ସେମାନେ ଅରୁଣାଞ୍ଚଳ ପ୍ରଦେଶର ସୀମାରେ ଥିବା ଆସାମର ଶିଲାପୁର ବିମାନ ବନ୍ଦରରେ ପହଞ୍ଚି ଅରୁଣାଞ୍ଚଳ ପ୍ରଦେଶର ସୀମାରୁ ଲୱେର ସୁବନସିନୀ ଜିଲ୍ଲା ପ୍ରଶାସନ ଠାରୁ ଜଗପତି କାର୍ଜୀଙ୍କୁ ଗ୍ରହଣ କରି ଗଜପତି ରେ ପହଞ୍ଚିବେ। ଅନ୍ୟ ପଟେ ତାଙ୍କ ଭାଇ ସୁକୁ ଭୂୟାଁଙ୍କ କହିବା ଅନୁସାରେ ଜଗପତି କାର୍ଜି ଗାଁ କୁ ଫେରିଲେ ଆମେ ତାଙ୍କୁ ଆଦରର ସହ ଗ୍ରହଣ କରି ଘରେ ମିଶି ରହିବୁ।

LEAVE A REPLY

Please enter your comment!
Please enter your name here