ସମାଜସେବୀଙ୍କ ପିତୃ ବିୟୋଗ

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଆଡକଟା ଗ୍ରାମପଂଚାୟତର ସମାଜସେବୀ ରାଜକିଶୋର ଡାଙ୍ଗୁଆଙ୍କ ପିତା ଭାଗିରଥି ଡାଙ୍ଗୁଆଙ୍କର ଅଶୀ ବର୍ଷ ବୟସରେ ହଦପସି ସ୍ଥିତ ନିଜ ବାସଭବନରେ ଆଜି ସକାଳ 7 ଘଟିକା ସମୟରେ ବିୟୋଗ ହୋଇଅଛି . ଭାଗିରଥି ଡାଙ୍ଗୁଆ ଅଂଚଳରେ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ, ସେ ଏକାଧାରରେ ଜଣେ ସରଳ, ନିଷ୍କପଟ ଓ ପରୋପକାରୀ ବ୍ୟକ୍ତି ଥିଲେ | ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ | ତାଙ୍କର ଆୟୁର୍ବେଦ ଚିକିତ୍ସା ଯୋଗୁଁ ଅଂଚଳର ଲୋକମାନେ ମାଗଣାରେ ଅନେକ ଦୁରାରୋଗ୍ୟ ବ୍ୟାଧି ରୁ ଆରୋଗ୍ୟ ହୋଇ ପାଇପାରୁ ଥିଲେ | ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି | ତାଙ୍କର ଶବ ଶୋଭାଯାତ୍ରା ରେ ଜ଼ିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବା ସହ ଶେଷ ଦର୍ଶନ କରିଥିଲେ | ସମାଜସେବୀ ରାଜକିଶୋର ଡାଙ୍ଗୁଆ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ ଙ୍କୁ ସାହାଯ୍ୟ ସହଯୋଗ କରୁଥିବା ବେଳେ ତାଙ୍କ ବଡ ଭାଇ ରମେଶ ଚନ୍ଦ୍ର ଡାଙ୍ଗୁଆ ଜଣେ ବ୍ୟବସାୟୀ ଅଟନ୍ତି |

Leave a Reply

Your email address will not be published. Required fields are marked *