ନୟାଗଡ (ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନିଜର ନିଆରା ଉଦ୍ୟମ ପାଇଁ ଚର୍ଚ୍ଚାକୁ ଆସିଲେ ପୁର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡ଼ର ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । କରୋନା ମହାମାରୀ ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଅଭିନବ ଉପାୟରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି । ଆଧୁନିକ ସମାଜରେ ଟିଭି ଓ ମୋବାଇଲ ଦ୍ଵାରା ମହାମାରୀ କରୋନା ସମର୍କରେ ସଚେତନତା କରାଯାଉଥିବା ବେଳେ ପୋଷ୍ଟକାର୍ଡ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ଭାରତୀୟ ଡାକ ସେବା ମାଧ୍ୟମରେ ନୟାଗଡ଼ ବାସୀଙ୍କୁ ସଚେତନତା ର ବାର୍ତ୍ତା ଦେବା ସହ ସମସ୍ତଙ୍କ ଆରୋଗ୍ୟ କାମନା କରିଛନ୍ତି . ଯେତେ କଠିନ ସମୟ ଆସିଲେ ମଧ୍ୟ ସେ ନୟାଗଡ଼ ବାସୀଙ୍କ ସହ ଅଛନ୍ତି ଏବଂ ରହିବେ ବୋଲି ଚିଠି ମାଧ୍ୟମରେ ଜଣାଇଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ନୟାଗଡ଼ ଜିଲ୍ଲାର ବହୁ ସ୍ବେଛାସେବୀ ମାନଙ୍କୁ କୋଭିଡର ଏହି ବିପତି ସମୟରେ ସେମାନଙ୍କର ନିଃସ୍ଵାର୍ଥପର ସେବାପାଇଁ ପତ୍ର ମାଧ୍ୟମରେ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।