ସରସ୍ୱତୀ କଳା ପରିଷଦରେ ଗୁରୁବନ୍ଦନା

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗୁରୁଙ୍କ ଜୀବନୀ ସଦା ଅନୁକରଣୀୟ, ସରସ୍ବତୀ କଳା ପରିଷଦ ପରିସରରେ ଆୟୋଜିତ ଗୁରୁ ବନ୍ଦନା କାର୍ଯ୍ୟକ୍ରମରେ ଏକଥା ପ୍ରକାଶ କରିଛନ୍ତି ଗୁରୁ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ ! କଳା, ସାହିତ୍ୟ, ସଂସ୍କୃତିର ମହତ ଅନୁଷ୍ଠାନ ‘ସରସ୍ୱତୀ କଳା ପରିଷଦ’ କଳାବିହାର, କନ୍ଦରପୁର, କଟକ ପକ୍ଷରୁ ପବିତ୍ର ଗୁରୁ ଦିବସରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାମାଜିକ ଦୂରତା ରଖି କାର୍ଯ୍ୟକ୍ରମ ପାଳନ କରାଯାଇଛି ! ଏହି ଉତ୍ସବରେ କୋମଳମତି ଛାତ୍ରଛାତ୍ରୀ ମାନେ ପୂଜ୍ୟ ଗୁରୁଜୀ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ଗୁରୁଜୀ ଅକ୍ଷୟ କୁମାର ଓଝା, ଗୁରୁମା ରେଶମା ରାଉତ, ଗୁରୁମା ସୁଇଟି ଭୋଇ, ଗୁରୁଜୀ ଇଂ.ଅମୀୟ ରଂଜନ ପଟ୍ଟନାୟକ ପ୍ରମୁଖ ବରେଣ୍ୟ ଗୁରୁବର ମାନଙ୍କୁ ପୂଜନ କରି ଆଶିଷ ଭିକ୍ଷା କରିଥିଲେ . ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୨ତମ ଜୟନ୍ତୀ ପାଳନ ତାଙ୍କ ଆଦର୍ଶ, ଶିକ୍ଷକତା ଜୀବନର ଗୁରୁତ୍ୱ, ପୁରାଣ ବର୍ଣ୍ଣିତ ଗୁରୁଶିଷ୍ୟ ପରମ୍ପରା ସମ୍ପର୍କ ଉପରେ ଆଲୋଚନା ସହ ଗୁରୁବନ୍ଦନା କରାଯାଇଥିଲା ! ହରପ୍ରିୟା ହାତୀ , ପ୍ରିୟଂ!ଶୀ ସାହୁ, ଅର୍ପିତା ରାଉତ, ଶୁଭାକଂ!କ୍ଷୀ ଭୋଇ, ଦୀପ୍ତିରେଖା ଦାଶ, ବୈଜୟନ୍ତି ସାହୁ, ସୁହାନୀ ସାହୁ, ସ୍ବୀକୃତି ପଟ୍ଟନାୟକ, ସୋନାଲି ପଟ୍ଟନାୟକ, କରଣ ଭୋଇ, ସତ୍ୟବ୍ରତ ଭୋଇ, ହେମନ୍ତ ଭୋଇ, ଶଶିକାନ୍ତ ଓତ୍ତା, ମନୋରଞ୍ଜନ ସାହୁ,ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁପୂଜା କରିଥିଲେ !

Leave a Reply

Your email address will not be published. Required fields are marked *