କରୋନା କବଳରେ ପଡି ଆଖି ବୁଜିଲେ ସରକାରୀ ଓକିଲ !!!

Spread the love

ଉମରକୋଟ ( ଆୱାଜ ମିଡ଼ିଆ ) ବିଜୟାଲତା ପାଣିଗ୍ରାହୀ : ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା . ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା ସମୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦବେଗଜନକ ଅଟେ . ଉମରକୋଟ JMFC କୋର୍ଟର କାର୍ଯ୍ୟରତ ସରକାରୀ ଓକିଲ ସୁକାନ୍ତ କୁମାର ପାଲଟା ସିଂ ଶ୍ୱାସକ୍ରିୟା ରେ କଷ୍ଟ ଅନୁଭବ କରି ଗୁରୁତର ହେବାରୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଥିଲା , ତେବେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଅଛି l ତାଙ୍କୁ ଗତ ତିନ ଦିନ ତଳେ ଜ୍ଵର ହେବାରୁ ସେ ରକ୍ତ ପରୀକ୍ଷା କରିଥିଲେ ଏବଂ ତାଙ୍କର ଟାଇଫଏଡ ବୋଲି ଜଣାପଡିଥିଲା l କିନ୍ତୁ ହଠାତ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବ ପରେ ସ୍ୱାବ ପରୀକ୍ଷା ପରେ ଜଣାଗଲା ଯେ ତାଙ୍କର କରୋନା ପଜିଟିଭ . ତୁରନ୍ତ ତାଙ୍କୁ କୋଭିଡ ମେଡିକାଲକୁ ରେଫର କରାଯାଇଥିଲା . ତାଙ୍କ ଅସୁସ୍ଥ ଖବର ଶୁଣି ଓକିଲ ସଙ୍ଘ ସଭାପତି ପ୍ରଶାନ୍ତ ସାହୁ, ଏପିପି ମନହର ମହାନ୍ତି, ଓକିଲ ବିଜୟ ସିଂ, ଶାନ୍ତନୁ ବାହିନିପତି, ସଞ୍ଜୟ ବିଶୋଇ, ସନ୍ତୋଷ ସାହୁ ସେଠାରେ ପହଂଚି ସୁକାନ୍ତଙ୍କ ସ୍ୱାସ୍ଥ୍ୟ ବିଷୟରେ ଡ଼କ୍ଟରଙ୍କ ସହ କଥାହୋଇ ଥିଲେ l କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଅଳ୍ପ ସମୟ ପରେ ସେ ମୃତ୍ୟୁବରଣ କରିଥିଲେ .ଶ୍ରୀ ପାଲଟା ସିଂ ଙ୍କ ଘର ନୟାଗଡ ଜିଲ୍ଲାରେ ହୋଇଥିବା ବେଳେ ସେ ଗତ ଜୁନ 2018ରୁ ଉମରକୋଟ JMFC କୋର୍ଟରେ ଏପିପି ଭାବରେ କାର୍ଯ୍ୟ କରୁଥିଲେ . ସେ ଜଣେ ମେଳାପୀ ଓ ନମ୍ର ସ୍ୱଭାବର ବ୍ୟକ୍ତି ହୋଇଥିବାରୁ ଅଳ୍ପ ଦିନ ମଧ୍ୟରେ ସମସ୍ତ ଙ୍କ ପ୍ରିୟ ପାତ୍ର ହୋଇପାରିଥିଲେ l ତାଙ୍କର ଅକାଳ ନିଧନ ଖବର ଶୁଣି ADJ ଅନିଲ କୁମାର ଦତ୍ତ, Sub-Judge ପ୍ରଶାନ୍ତ କୁମାର ବେହେରା, JMFC ଉମରକୋଟ କୁମାରୀ ପ୍ରବୀଣ ମଣ୍ଡଳ, JMFC ଚନ୍ଦାହାଣ୍ଡି ସୌଭାଗ୍ୟ ରଞ୍ଜନ ପ୍ରଧାନ, ତହସିଲଦାର ହିମଞ୍ଚଲ ମାଝୀ, ଉମରକୋଟ IIC ନରେଶ ପ୍ରଧାନ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଶ୍ରୀ ପାଲଟା ସିଂ ଙ୍କ ଶେଷ ଦର୍ଶନ କରିଥିଲେ l ଏବଂ ଆଜି ତାଙ୍କ ପରିବାର ଲୋକ ପହଂଚିବା ପରେ ଉମରକୋଟ ରେ ତାଙ୍କ ଶେଷକୃତ୍ୟ ସମ୍ପୂର୍ଣ ହୋଇଥିଲା .

Leave a Reply

Your email address will not be published. Required fields are marked *