ଆପ-ଗଜପତି ପକ୍ଷରୁ ଅକ୍ସିଜେନ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆପ ଗଜପତି ପକ୍ଷରୁ ଅକ୍ସିଜେନ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ପୌର ପରିଷଦର ଏକନମ୍ବର ୱାଡ଼ ସ୍ଥିତ ଓଁମ ଶାନ୍ତି କଲୋନୀ ଅଞ୍ଚଳ ଓ କୋର୍ଟ ଛକ ନିକଟରେ 100 ଜଣଙ୍କର ଅକ୍ସସିଜେନ ଯାଞ୍ଚ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ କରୋନା ମୁକାବିଲା କରିବା ସହିତ ସମସ୍ତଙ୍କୁ ଏହି କରୋନା ବିରୁଦ୍ଧରେ ଲଢେଇରେ ସାମିଲ ହେବା ପାଇଁ ଆହ୍ଵାନ କରିଛନ୍ତି। କାର୍ଯ୍ୟକ୍ରମରେ ଦଳୀୟ ସଦସ୍ୟ ଲୋକନାଥ ଭୁକ୍ତ।, ତ୍ରିନାଥ ପଟ୍ଟନାୟକ, ଏସକେ ମୋଜିବ, ଅମରେଶ ଶତପଥୀ, ଲଗୋସ ଦାସ ବର୍ଦ୍ଧନ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *