ବିଜେଡି ମହିଳା ପର୍ଯ୍ୟବେକ୍ଷକଙ୍କ ଗଜପତି ଗସ୍ତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଜେଡି ମହିଳା ପର୍ଯ୍ୟବେକ୍ଷକ ବାସନ୍ତୀ ମହାପାତ୍ର ଗଜପତି ଗସ୍ତ କରିଛନ୍ତି । ଗଜପତିର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗୁମ୍ମା ବ୍ଳକ ଗସ୍ତ କରି ସେଠାକାର ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସହ ଆଲୋଚନା କରିଛନ୍ତି . ମହିଳା ନେତୃତ୍ୱ ମାନଙ୍କୁ ଆଗକୁ ଆଣିବା ପାଇଁ, ସେମାନଙ୍କ ନେତୃତ୍ୱ ନେଇ ପଞ୍ଚାୟତ ସ୍ତରରୁ ବ୍ଳକ ସ୍ତର ଏବଂ ଜିଲ୍ଲା ସ୍ତରରେ ପହଞ୍ଚି କାମ କରିବା ପାଇଁ ଦଳୀୟ ଦାୟିତ୍ଵ ମିଳିବା ପରେ ବିଭିନ୍ନ ସ୍ଥାନ ଗସ୍ତ ଜାରି ରଖିଛନ୍ତି . ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ଗୁରୁତ୍ୱ ଦେଇ ପଚାଶ ପ୍ରତିଶତ ଆଗକୁ ଆଣିଛନ୍ତି । ଯାହା ଫଳରେ ଆଜି ମହିଳା ମାନେ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ, ବ୍ଳକ ଅଧ୍ୟକ୍ଷ, ୱାଡ଼ସଭ୍ୟ ହୋଇ ପାରିଥିବା ପ୍ରକାଶ କରିଛନ୍ତି ପର୍ଯ୍ୟବେକ୍ଷକ . ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି କଲ୍ୟାଣି ଦେବୀ,କାର୍ଯ୍ୟକାରୀଣୀ ସଭାପତି ସଂଯୁକ୍ତା ବେହେରା, ପୂର୍ବତନ କାଶୀ ନଗର ଅଧିସୂଚିତ କ୍ଷେତ୍ର ପରିଷଦ ଚେୟାରମ୍ୟାନ ଏମ୍. ସୁଧାରାଣୀ, କାଶୀ ନଗର ବ୍ଳକ ସଭାପତି ଆର.ରାମ ପ୍ରସାଦ, ଗୁମ୍ମାବ୍ଳକ ସଭାପତି ଇନସ ଶବର, ପୂର୍ବତନ ବ୍ଳକ ଅଧ୍ୟକ୍ଷା ପ୍ରେମିକା ମଣ୍ଡଳ, ଗୁମ୍ମା ବ୍ଳକ ସାଂସଦ ପ୍ରତିନିଧି ବିମଳ ଦଳେଇ, ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜଙ୍କ ସମେତ ସରପଞ୍ଚ ସମିତି ସଭ୍ୟ ବିଜେଡି କର୍ମୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମହିଳା ମାନେ ପଞ୍ଚାୟତ ସ୍ତରରେ ୱାଡ଼ ସ୍ତରରେ ଜୋନ ସ୍ତରରେ ନିଜେ ଦାୟିତ୍ୱ ନେଇ ପଦଯାତ୍ରା କରାଯିବ ବୋଲି ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *