ଗଜପତି (ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ପୁଣି ଷୋହଳ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମ୍ପର୍କରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଜିଲ୍ଲାର ମୋହନା ବ୍ଲକରୁ 2 ଜଣ, ନୂଆଗଡ ବ୍ଳକରୁ 4 ଜଣ, ପାରଳା ପୌର ପରିଷଦରୁ 6 ଜଣ, ରାୟଗଡ ବ୍ଳକରୁ 2 ଜଣ, ଆର ଉଦୟଗିରି ବ୍ଳକ ରୁ 2ଜଣ ଚିହ୍ନଟ ହୋଇଛନ୍ତି . କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ ଏବଂ ଅନ୍ୟ କିଛି ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।