କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : ବଜରଙ୍ଗ ଦଳ, ଓଡ଼ିଶାର କଟକ ସଦର ବ୍ଲକ କିଶନନଗର ଶାଖା ପକ୍ଷରୁ ସହରର ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଇଛି ! କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କିଶନନଗର ତହସିଲ କାର୍ଯ୍ୟାଳୟ, ଥାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ବିଭିନ୍ନ ଅଂଚଳର ବିଶୋଧନ କରାଯାଇଥିଲା ! ଦଳ ପକ୍ଷରୁ ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟାନ୍ୟ କର୍ମକର୍ତ୍ତା ସଂଯୋଜକ ଲକ୍ଷ୍ମୀକାନ୍ତ ତ୍ରିପାଠୀ , ପବିତ୍ର ସାହୁ, ସଞ୍ଜୟ ସାହୁ , ଅମୁଲ୍ୟ ଦେବଦାସ, ବିକ୍ରମ ରାଉତ, ସଞ୍ଜୟ ବେହେରା, ସୁର୍ଯ୍ୟକାନ୍ତ ବେହେରା, ଚନ୍ଦନ ବେହେରା ଆଦି ଉପସ୍ଥିତ ରହି ବିଶୋଧନ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ! ଏହି କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯିବା ସହ ଜନସଚେତନତା ବୃଦ୍ଧି ପାଇଛି !
ବଜରଙ୍ଗ ଦଳ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ : ସାଧାରଣରେ ଉଚ୍ଚ ପ୍ରଶଂସା !

