ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କଳିଙ୍ଗ ନଗର ଅଂଚଳର ଗୋବରଘାଟି ଠାରେ ଅନାଥ ଶିଶୁ ମାନଙ୍କୁ ଖାଦ୍ୟ , ଵସ୍ତ୍ର ଓ ପାଠପଢା ସାମଗ୍ରୀ ପ୍ରଦାନ କରିଛନ୍ତି ସ୍ୱେଚ୍ଛାସେବୀ ଯୁବକ ସଂଗ୍ରାମ ଦେଓ । ଆଜି ଟାଟା ଅସ୍ପେୟର ଦ୍ୱାରା ପରିଚାଳିତ ଏକ ପାଠଗାରାରେ ଆନୁଷ୍ଠାନିକ ଛାତ୍ର ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା .ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାଶ, ସହ-ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ସାହୁ,ଏବଂ ଗୋବରଘାଟି ସରପଞ୍ଚ ଶ୍ରୀମତୀ ସ୍ବର୍ଣ୍ଣଲତା ବାନରା ଙ୍କ ଉପସ୍ଥିତ ରହିଥିଲେ . ଏହି ଅବସରରେ କଳିଙ୍ଗନଗର ସ୍ଥିତ ବାରଗାଡ଼ିଆ ଗ୍ରାମର ସଂଗ୍ରାମ ଦେଓଙ୍କ ଦ୍ୱରା କିଛି ଅନାଥ ଛାତ୍ର ଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସହିତ ପାଠପଢା ସାମଗ୍ରୀ ଓ ଡ୍ରେସ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି ।