ନୂତନ ଥାନାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ଗଣିଆ ଥାନା ପରିସରରେ ଗଣିଆ ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତ ରାୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ନୂତନ ଥାନା ଅଧିକାରୀ ଜୟପ୍ରକାଶ ପରିଡାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସାମ୍ବାଦିକ ଦେବୀ ପ୍ରସାଦ ଦାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଗଣିଆ ଗୋଷ୍ଠୀ କେନ୍ଦ୍ର ଡାକ୍ତର ଦେବାଶିଷ ଦାସ, ସମାଜ ସେବୀ ପ୍ରଦୀପ କୁମାର ସାହୁ, ସ୍ଥାନୀୟ ସରପଞ୍ଚ, ଏଏସ ଆଇ ବାଳକୃଷ୍ଣ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ଦକ୍ଷତା , କର୍ତ୍ତବ୍ୟନିଷ୍ଠା ,ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରା ନୟାଗଡ ଜିଲ୍ଲାର ଶ୍ରେଷ୍ଠ ଏସଆଇ ପୁରସ୍କାର ପାଇଥିବା ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତ ରାୟଙ୍କ କୃତିତ୍ୱ ଉପସ୍ଥିତ ଅତିଥି ମାନେ ବର୍ଣ୍ଣନା କରିଥିଲେ। ତତ୍ ସହିତ ଗଣିଆ ଲଙ୍କାପୋଡ଼ି ଠାରୁ ଆରମ୍ଭ କରି ମା କଳାପାଟ ଯାତ୍ରାରେ ହଜାର ହଜାର ଲୋକଙ୍କ ଭିଡ଼ ସତ୍ତ୍ୱେ ଥାନା ଅଧିକାରୀଙ୍କ ପ୍ରଚେଷ୍ଟା ଯୋଗୁଁ ସଫଳତା ସହ ଯାତ୍ରା କାର୍ଯ୍ୟ ଶାନ୍ତିଶୃଙ୍ଖଳାରେ ସମାପ୍ତି ହୋଇ ପାରୁଥିଲା । ଏଭଳି ଦକ୍ଷ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତ ରାୟଙ୍କ ବିଦାୟରେ ଗଣିଆ ବ୍ଲକ ଜନସାଧାରଣଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି। ଗଣିଆ ବ୍ଲକର ବିଭିନ୍ନ ସଂଘ ତରଫରୁ ଦୁଇ ଥାନା ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଇଟାମାଟି ଥାନା ଅଧିକାରୀ ଭାବେ ଦୀପକ କୁମାର ଖଣ୍ଡାୟତ ରାୟ ଦାୟିତ୍ଵ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *