ପାରଳା ବିଧାୟକଙ୍କ ଦ୍ଵାରା ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ୱାର୍ଡ ନମ୍ବର ଚାରି ମୁତ୍ୟାଲୁ ସାହିଠାରେ ଏକ ତ୍ରିନାଥ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟରେ ପାରଳା ବିଧାୟକ କେ ନାରାୟଣ ରାଓ ଯୋଗ ଦେଇ ନଡ଼ିଆ ଭାଙ୍ଗି ଶୁଭାରମ୍ବ କରିଥିଲେ। ସାହି ବାସିନ୍ଦାମାନେ ବହୁ ଦିନ ହେଲା ଏକ ତ୍ରିନାଥ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ . ଦୀର୍ଘ ଦିନର ପ୍ରତୀକ୍ଷା ପରେ ସେଠାରେ ଆଜି ମନ୍ଦିର ନିର୍ମାଣ ସକାଶେ ପାରଳା ବିଧାୟକ ଭୂମିପୂଜନ କରିଛନ୍ତି . ଏହାକୁ ସ୍ୱାଗତ କରିଛନ୍ତି ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ନୃସିଂହ ଚରଣ ପଟ୍ଟନାୟକ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *