ପବିତ୍ର ମହାଳୟାରେ ମା’ ଚର୍ଚ୍ଚିକାଙ୍କର ସ୍ୱତନ୍ତ୍ର ନୀତି !!

Spread the love

କଟକ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପବିତ୍ର ମହାଳୟା ଅମାବାସ୍ୟା ଉପଲକ୍ଷେ ମା’ ଚର୍ଚ୍ଚିକା ଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି . ଭୋର ୫ଟାରୁ ପହଡ ଖୋଲା ଯାଇ ମଙ୍ଗଳ ଆଳତି କରାଯିବା ସହିତ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା . ପରେ ସେବାୟତ ମାନଙ୍କ ଦ୍ୱାରା ମହାନଦୀରୁ ୧୦୮ କଳସ ଜଳ ଅଣାଯାଇ ଚୁଆ, ହଳଦୀ, ଚନ୍ଦନ, ଅଗୁରୁ ଇତ୍ୟାଦି ସୁଗନ୍ଧିତ ଦ୍ରବ୍ୟ ରେ ମା’ଙ୍କର ମାଜଣା କରାଯାଇଥିଲା. ଏହାପରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, କଳସ ପୂଜା କରାଯାଇ ସକାଳ ଧୂପ ନୀତି କରାଯାଇଥିଲା । ଏହି ପୂଜା ରାଜଗୁରୁ ଭବାନୀ ଶଙ୍କର ମହାପାତ୍ର ଙ୍କ ଦ୍ୱାରା ସମାପନ ହୋଇଥିଲା . ସରକାରଙ୍କ କୋଭିଡ ଗାଇଡ୍ ଲାଇନ୍ ଅନୁଯାୟୀ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା. ଯେପରିକି ବାହାର ଭକ୍ତମାନଙ୍କୁ ସାଧାରଣ ଦର୍ଶନ କରିବା ପାଇଁ ରୋକ୍ ଲଗାଯିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା, ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ସାନିଟାଇଜ କରିବା ଇତ୍ୟାଦି ସେବାୟତ ମାନେ ପାଳନ କରିଛନ୍ତି. ଏଥିସହିତ ଚଳିତ ବର୍ଷ ଯୋଡା ଆଶ୍ୱିନ ମାସ ପଡୁଥିବାରୁ ଦିର୍ଘ ୪୬ଦିନ ଧରି ପୂଜା ଚାଲିବ ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ସେହିପରି ଚଳିତ ମାସରେ ପୁରୁଷୋତ୍ତମ ମାସ ଆରମ୍ଭ ହେବାକୁ ଯାଉଛି । କରୋନା ମହାମାରୀ ଦୂରିଭୁତ ନିମନ୍ତେ ମାଙ୍କ ପାଖରେ ସେବାୟତ ମାନେ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *