ପୂର୍ବତନ ପାରଳା ବିଧାୟକ ତ୍ରିନାଥ ସାହୁଙ୍କ ତିରୋଧାନ ଦିବସ ପାଳିତ !!

0
298

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ପୂର୍ବତନ ବିଧାୟକ ତ୍ରିନାଥ ସାହୁଙ୍କ 11 ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି . କଂଗ୍ରେସର ନଗର ସଭାପତି ବସନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ଦଳୀୟ କର୍ମୀ ଉପସ୍ଥିତ ରହି କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ଵର୍ଗତ ପାରଳା ବିଧାୟକ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ . ସ୍ଵର୍ଗତ ତ୍ରିନାଥ ସାହୁ ଅମର ରହେ ସ୍ଲୋଗାନ ଦେଇଥିଲେ . ଏହି କାର୍ଯ୍ୟକ୍ରମରେ ତାଙ୍କର ପୁତ୍ର ମନୋଜ ସାହୁଙ୍କ ସମେତ ଗୋବିନ୍ଦ ପାଢ଼ି, ସୂର୍ଯ୍ୟ ନାରାୟଣପାତ୍ର, ଈଶ୍ୱର ମାଝି, ଗୌତମ ପଣ୍ଡା, ରାଜା ପାତ୍ରଙ୍କ ଏବଂ ଦଳୀୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ . କୋଭିଡ଼ି-19 ନିୟମ ଅନୁଯାୟୀ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟକ୍ରମ ନିରାଡ଼ମ୍ବର ଭାବେ ଅତି କମ ସଂଖ୍ୟକ କର୍ମୀ ଙ୍କ ଦ୍ଵାରା ସଂପାଦନ ହୋଇଥିଲା.

LEAVE A REPLY

Please enter your comment!
Please enter your name here