ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଯାଜପୁରରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ପ୍ରତିହତ କରିବା ପାଇଁ ବ୍ରହ୍ମପୁରରୁ ଆସିଥିବା ନବ ନିଯୁକ୍ତଙ୍କ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କ ପରାମର୍ଶ କ୍ରମେ ଆଜି ଠାରୁ ଯାଜପୁରରେ ୪ଟି ସ୍ଥାନରେ ଫିଭର କ୍ଲିନିକ ସେବା ଆରମ୍ଭ ହୋଇଛି । ବର୍ତମାନ ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକ କରୋନା ସଂକ୍ରମଣ ଭୟରେ ଚିକିତ୍ସାଳୟକୁ ଯାଉନାହାନ୍ତି । ତେଣୁ ସେମାନଙ୍କୁ ଶୀଘ୍ର ପରୀକ୍ଷା କରିବା ସହ ମାଗଣା ଔଷଧ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଏଠାରେ ଯଦି କାହାରି ପଜେଟିଭ୍ ଚିହ୍ନଟ ହୁଏ ସେମାନଙ୍କୁ କୋଭିଡ଼ କେୟାରରେ ଚିକିତ୍ସା କରାଯିବ । ତେଣୁ ଭୟଭୀତ ନହୋଇ କିଛି ବି ଥଣ୍ଡା ଲକ୍ଷଣ ଥିଲେ ଏହି ଫିଭର କ୍ଲିନିକରେ ପ୍ରାରମ୍ଭିକ ସେବା ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି । ମୁଖ୍ୟତଃ ଏପରି ହେବା ଦ୍ୱାରା ଶୀଘ୍ର ଆକ୍ରାନ୍ତଙ୍କ ପାଖରେ ପହଂଚି ହେବ ଓ ରୋଗ ଉପରେ ଅଙ୍କୁଶ ଲାଗିପାରିବ ବୋଲି ପ୍ରଶାସନ ଆଶା ରଖିଛି ।