ଗଜପତିରେ ପୁଣି 43 କରୋନା ପଜିଟିଭ

0
227

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା . ଜିଲ୍ଲାରୁ ପୁଣି 43 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା . ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରୁ 5 ଜଣ, ଗୋଶାଣୀ ବ୍ଳକରୁ 3 ଜଣ, କାଶୀ ନଗର ବ୍ଳକ ରୁ 5 ଜଣ, ରାୟଗଡା ବ୍ଳକ ରୁ 5 ଜଣ, ପାରଳା ପୌର ପରିଷଦରୁ 16 ଜଣ, ଆର ଉଦୟଗିରି ବ୍ଳକରୁ ଜଣେ, ନୂଆଗଡ ବ୍ଳକରୁ 6 ଜଣ, ଆନ୍ଧ୍ରପ୍ରଦେଶ ରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆସୋଲେସନ ରେ ରଖାଯାଇଥିବା ବେଳେ ଗୁରୁତରଙ୍କୁ କୋଭିଡ଼ ହସ୍ପିଟାଲ/କୋଭିଡ କେୟାରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି .

LEAVE A REPLY

Please enter your comment!
Please enter your name here